ଦର୍ଲିପାଲି :-
ଏନଟିପିସି ଦର୍ଲିପାଲି ପ୍ରକଳ୍ପରେ 15 ସେପ୍ଟେମ୍ବରରେ ହିନ୍ଦୀ ଦିବସ ଓ ହିନ୍ଦୀ ପକ୍ଷବାଡ଼ର ଶୁଭାରମ୍ଭ ପ୍ରଶାସନିକ ଭବନରେ ଉତ୍ସାହପୂର୍ଣ୍ଣ ଭାବେ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଫୈଜ ତୈୟ୍ୟବ, ମୁଖ୍ୟ ମହାପ୍ରବନ୍ଧକ ଏବଂ ପ୍ରକଳ୍ପ ପ୍ରମୁଖ (ଦର୍ଲିପାଲି)ଙ୍କର ଅଧ୍ୟକ୍ଷତାରେ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜଭାଷା ହିନ୍ଦୀକୁ କାର୍ଯ୍ୟ ଓ ବ୍ୟବହାରର ଭାଷା ରୂପେ ଗ୍ରହଣ କରିବା ଓ ସର୍ବାଧିକ ସରକାରୀ କାର୍ଯ୍ୟ ହିନ୍ଦୀରେ କରିବା ପାଇଁ ଶପଥ ଦିଆଯାଇଥିଲା। ପକ୍ଷବାଡ଼ର ପ୍ରଥମ ଦିନ ଇ-8 ସ୍ତରରୁ ଉର୍ଦ୍ଧ୍ୱ ଅଧିକାରୀଙ୍କ ପାଇଁ ପ୍ରଶାସନିକ ଓ ବିଦ୍ୟୁତ ହିନ୍ଦୀ ଶବ୍ଦ ଜ୍ଞାନ ପ୍ରତିଯୋଗିତା ଏବଂ କର୍ମଚାରୀଙ୍କ ପାଇଁ ହିନ୍ଦୀ ପ୍ରଚାର-ପ୍ରସାର ବିଷୟକ ନାରା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଆଗାମୀ ଦିନଗୁଡ଼ିକରେ ରାଜଭାଷା ପକ୍ଷବାଡ଼ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

