ଚମ୍ପୁଆ :-
ଚମ୍ପୁଆ ପଞ୍ଚାୟତ ସମିତି ଅନ୍ତର୍ଗତ ରିମୁଳି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ୱାର୍ଡ ମେମ୍ବର ମାନେ ଉପଜିଲ୍ଲାପାଳ ଦ୍ବାରସ୍ଥ ହୋଇଛନ୍ତି । ରିମୁଳି ଗ୍ରାମ ପଞ୍ଚାୟତ ୧୩ ଗୋଟି ୱାର୍ଡକୁ ନେଇ ଗଠିତ । ବର୍ତମାନ ପଞ୍ଚାୟତରେ ୧୨ ଜଣ ୱାର୍ଡ ନମ୍ୱର ରହିଥିବା ବେଳେ ଗୋଟିଏ ୱାର୍ଡ ମେମ୍ବର ପଦ ଖାଲି ରହିଛି । ଉକ୍ତ ୧୨ ଜଣ ୱାର୍ଡ ମେମ୍ବର ମାନଙ୍କ ମଧ୍ୟରୁ ୮ ଜଣ ୱାର୍ଡ ମେମ୍ବର ରିମୁଳି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଚମ୍ପୁଆ ଉପ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମୁଳି ସରପଞ୍ଚ ୱାର୍ଡ ମେମ୍ବର ମାନଙ୍କ ମତାମତ ନ ନେଇ ନିଜ ମନ ମୁତାବକ କାର୍ଯ୍ୟ କରିବା ସହିତ ପଞ୍ଚାୟତ ର ଉନ୍ନତି ପାଇଁ ଚେଷ୍ଟା ନ କରି ନିଜର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ନେଇ ୱାର୍ଡ ମେମ୍ବର ମାନେ ଅଭିଯୋଗ କରିଛନ୍ତି। ରିମୁଳି ସରପଞ୍ଚ ଦୀର୍ଘ ୫ ମାସ ଧରି ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହୁଥିବା ଯୋଗୁଁ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ୱାର୍ଡ ମେମ୍ବର ମାନେ ମଧ୍ୟ ପଞ୍ଚାୟତ ବାସୀଙ୍କ ଅସ୍ଥା ହରାଇ ବସିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।
କେନ୍ଦୁଝର ଚମ୍ପୁଆରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ