ସାକ୍ଷୀଗୋପାଳ :-
ସତ୍ୟବାଦୀ ବ୍ଲକରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଓ ଭିର୍ଣ୍ଣକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ମୋନିକା ଦାଶଙ୍କ କାର୍ଯ୍ୟାଳୟରେ ଗତ ଦୁଇ ଦିନ ହେବ ଚାବି ଝୁଲୁଥିବା ଜଣାପଡିଛି । କାର୍ଯ୍ୟାଳୟରେ ଚାବି ପକାଇଛନ୍ତି ଖୋଦ ବ୍ଲକ ଅଧ୍ୟକ୍ଷ ସୁନିଲି କୁମାର ପଣ୍ଡା । ଉକ୍ତ କାର୍ଯ୍ୟାଳୟକୁ ଆସୁଥିବା ହିତାଧିକାରୀଙ୍କୁ ଉଚିତ ବେବହାର ପଦର୍ଶନ ନକରିବା , ଭତା ସଂଶୋଧନ ନିମନ୍ତେ କାର୍ଯ୍ୟାଳୟ କୁ ବାରମ୍ବାର ଦଉଡେଇବା ଓ ଉକ୍ତ କାର୍ଯ୍ୟାଳୟକୁ ହିତାଧିକାରୀଙ୍କ ନିମନ୍ତେ ଆସୁଥିବା ଅର୍ଥକୁ ସଠିକି ପରିଚାଳନା ନକରିବା ଯୋଗୁଁ ଅନେକ ସମୟରେ ତାଙ୍କ ପାଖରେ ଅନେକ ଅଭିଯୋଗ ହେଉଥିଲା । ତେଣୁ ଅଧ୍ୟକ୍ଷ ପଣ୍ଡା ଏହି ସମସ୍ୟାର ସମାଧାନ ନିମନ୍ତେ ଅଧିକାରୀ ମୋନିକା ଦାଶଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟ ଅଧିକାରୀ ମୋନିକା ଦାଶ ତାଙ୍କୁ ସହଯୋଗ କରୁନଥିଲେ । ତେଣୁ ପଦକ୍ଷେପ ସ୍ୱରୂପ ସେ ସୋମବାର ଅପରାହ୍ନରେ ଚାବି ପକାଇଥିବା ପ୍ରକାଶ କରିଛନ୍ତି ।
ଅନ୍ୟ ଏକ ଅଭିଯୋଗ ଅନୁଯାୟୀ ସତ୍ୟବାଦୀ ବ୍ଲକ ସାଣ୍ଡରା ପଞ୍ଚାୟତ ଜୟରାମପୁର ଗ୍ରାମର ପ୍ରଭାତ କୁମାର ସାହୁ କୁହନ୍ତି ତାଙ୍କ ଝିଅ ରଶ୍ମିତା ସାହୁ ( ୮ ) ୭୫ ପ୍ରତିଶତ ଦିବ୍ୟଙ୍ଗ ଥିଲେ ।ଏଥିପାଇଁ ସେ ଉକ୍ତ ବିଭାଗ ପକ୍ଷରୁ ଏକ ହଜାର ଟଙ୍କା ଭତା ପାଉଥିଲେ । ଏବେ ତାଙ୍କ ଝିଅ ଅଧିକ ଅକ୍ଷମତା ହୋଇଯିବାରୁ ସେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୯୦ ପ୍ରତିଶତ ଦିବ୍ୟଙ୍ଗ ପ୍ରମାଣ ପତ୍ର ପାଇଛନ୍ତି । ଉକ୍ତ ପ୍ରମାଣ ପତ୍ର ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ କ୍ଷମତା ରହିଥିବା ବେଳେ ଯଦି ଏହା ଶୀଘ୍ର କାର୍ଯ୍ୟକାରୀ ନହୁଏ ତବେ ହିତାଧିକାରୀଙ୍କୁ ମିଳିବାକୁ ଥିବା ସହାୟତା ସଠିକି ମିଳିବନି ।
। ତେଣୁ ଉକ୍ତ ପ୍ରମାଣ ପତ୍ରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେବା ସହ ତାଙ୍କ ଝିଅ ପାଉଥିବା ଭତାକୁ ସରକାରୀ ନିୟମ ଅନୁଯାୟୀ ୩ହଜାର ଟଙ୍କାକୁ ବଢାଇବା ପାଇଁ ଏକ ମାସ ହେଲା ଅନୁରୋଧ କରିଥିଲେ ।
ପ୍ରଥମେ ଉକ୍ତ ବିଭାଗ ଅଧିକାରୀ କହିଥିଲେ ଏକ ମାସ ମଧ୍ୟରେ ହୋଇଯିବ ମାତ୍ର ଏବେ କହୁଛନ୍ତି ୫ ମାସ ସମୟ ଲାଗିବ ବୋଲି କହିବାରୁ ମୁଁ ନିରାଶ ହୋଇ ଫେରିଲି । ନୁଆସମେଶ୍ୱର ପୁର ପଞ୍ଚାୟତ ସନ୍ତୋଷ କୁମାର ମିଶ୍ର (୬୫ ) ପ୍ରାୟ ଏକ ବର୍ଷ ହେବ ବାର୍ଦ୍ଧକ୍ୟ ଜନିତ ମଧୁବାବୁ ପେନସନ ଯୋଜନାରେ ଆବେଦନ କରିଥିଲେ ମଧ ଏ ପର୍ଯ୍ୟନ୍ତ ତାଙ୍କର ଭତା ନାହବେ ଓ ବିଳମ୍ବ ହେବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସେହିଭଳି ପାଇବାର ପେନସନ ପାଇଁ ସେବକ ସାହିର ଚନ୍ଦ୍ରକାନ୍ତି ପରିଡା , ଶ୍ରୀରାମଚନ୍ଦ୍ର ପୁରୁର ବିଦୁ ଭୋଇ , ଦିବ୍ୟଙ୍ଗ ଭତା ନିମନ୍ତେ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅମର ନନ୍ଦ (୬୪)
ଅରଣପୁର୍ଣ୍ଣା ମହାପାତ୍ର ( ୮୨ ) । ସେବକ ସାହିର ପ୍ରଭାତୀ ମେକାପ (୬୩ ) ଙ୍କ ସହ ଶତାଧିକ ଆବେଦନ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ସେମାନେ ଏବେ ସୁଦ୍ଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ଅଭିଯୋଗ କରିଛନ୍ତି ।
ସତ୍ୟବାଦୀ ଭାଜପାର ପୂର୍ବତନ ସରପଞ୍ଚ ଅଶୋକ ରାଉତରାୟ କୁହନ୍ତି ସତ୍ୟବାଦୀର ଉକ୍ତ କାର୍ଯ୍ୟାଳୟରେ ସଠିକି ଭାବେ କୌଣସି କାର୍ଯ୍ୟ ହେଉନଥିବାରୁ ଆମ ବ୍ଲକର ସହ ସହ ହିତାଧିକାରୀ ଅନେକ ଅସୁବିଧାରେ ପଡୁଛନ୍ତି । ତୁରନ୍ତ ଜିଲ୍ଲାପାଳ
ଏହି ବିଭାଗ ରେ ହେଉଥିବା ଅବବେବସ୍ଥାକୁ ନଜର ଦେବା ପାଇଁ ଅନୁରୋଧ କରିଛନ୍ତି । ସତ୍ୟବାଦୀ ବିଡ଼ିଓ ଦେବାସିସି ନାୟକ କହିଛନ୍ତି ବ୍ଲକ ଅଧ୍ୟକ୍ଷ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ମୁଁ ଗୁରୁତର ସହ ନେଇଛି । ଆଗକୁ ଆଉ ଏଭଳି ପରିସ୍ଥିତି ଯେଭଳି ସୃଷ୍ଟି ନହୁଏ ସେଥିପାଇଁ ଉକ୍ତ ବିଭାଗ ଅଧିକାରୀ ମୋନିକା ଦାଶଙ୍କୁ ଅବଗତ କରାଇଛି ।

