ଭୁବନେଶ୍ୱର :-
ବିଜେଡି ର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନବୀନ ନିବାସତଥା ଓଡିଶା ଛାଡି ଯିବା ବର୍ତମାନ ଚର୍ଚ୍ଚା ଜୋର ଧରିଛି। ଆନ୍ତର୍ଜାତୀୟ ସଂଗଠନରେ ଉଚ୍ଚ ପଦବୀ ପାଇଁ ଓଡିଶା ଛାଡ଼ିବେ ଭି କାର୍ତ୍ତିକେୟନ ପାଣ୍ଡିଆନ। ‘ଓଡ଼ିଆ ନବବର୍ଷ’ ଅର୍ଥାତ୍ ପଣାସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବାର ସମ୍ଭାବନା ରହିଛି । ସେ ଲଣ୍ଡନରେ ଥିବା ବିଲ୍ ଆଣ୍ଡ ମିରିଣ୍ଡା ଗେଟସ୍ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଜୋଏ କେରେଲଙ୍କ ଟିମରେ ‘ଗଭର୍ଣ୍ଣମେଂଟ୍ ରିଲେସନ୍ ଆଣ୍ଡ ପଲିସି’ କ୍ଷେତ୍ରରେ ସହାୟକ ଉପଦେଷ୍ଟା ଭାବେ କାର୍ଯ୍ୟ କରିବେ ।
ପାଣ୍ଡିଆନ୍ ୨୦୧୧ ମସିହାରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ୨୦୧୪ ଏବଂ ୨୦୧୯ ମସିହାରେ ବିଜେଡିର ନିର୍ବିବାଦ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଇଏଏସ୍ ରୁ ସ୍ୱେଚ୍ଛାସେବୀ ଅବସର ନେଇ ବିଜେଡିରେ ଯୋଗ ଦେଇ ୨୦୨୫ ନିର୍ବାଚନରେ ଦଳକୁ ଆଗରୁ ନେତୃତ୍ୱ ନେଇଥିଲେ। ଟିକେଟ ବଣ୍ଟନ ରେ ପାଣ୍ଡିଆନ ଙ୍କ ପ୍ରମୁଖ ଭୂମିକା ଥିବା ଚର୍ଚ୍ଚା ସେ ସମୟରେ ହୋଇଥିଲା। କିନ୍ତୁ ନିଜ ଘୋଷଣା ଅନୁସାରେ ବିଜେଡି ପରାଜୟ ପରେ ପାଣ୍ଡିଆନ ବିଜେଡି ଛାଡି ଦେଇଥିଲେ ମଧ୍ୟ ନବୀନ ନିବାସରେ ବିଜେଡି ଦଳୀୟ କାର୍ଯ୍ୟ ରେ ସକ୍ରିୟ ରହୁଥିବା ଦେଖାଯାଇଥିଲା ।
ଇଣ୍ଡିଆ ହ୍ୱିସପର୍ସ ସୂତ୍ରରୁ ପ୍ରକାଶିତ ଖବର ଅନୁସାରେ ପାଣ୍ଡିଆନ୍ ବିଜେଡି ରାଜନୀତିରେ ନିଜକୁ ସାମିଲ କରିବେ ନାହିଁ।କିନ୍ତୁ ନବୀନ ପଟ୍ଟନାୟକ ଙ୍କୁ ସେ ଉପେକ୍ଷା ମଧ୍ୟ କରିବେନି ବୋଲି ପ୍ରକାଶିତ ହୋଇଛି। ଏବେ ବିଜେଡି ଭାଗ୍ୟ ଡୋରି ନବୀନ ଙ୍କୁ ଛାଡି ଅନ୍ୟ କାହା ହାତକୁ ଯିବ ତାହା ସମୟ ହିଁ କହିବ।