Type Here to Get Search Results !

ଓଡ଼ିଶା ସରକାରଙ୍କ ‘ଓନ୍-ଟାଇମ୍ ସେଟଲମେଣ୍ଟ୍ ସ୍କିମ୍’ – ୬ ମାସ ମଧ୍ୟରେ ଜରିମାନା ଦେଇ ସମାଧାନର ସୁଯୋଗ


ଭୁବନେଶ୍ୱର :-

ରାସ୍ତା ସୁରକ୍ଷାକୁ ନଜରରେ ରଖି ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପରିବହନ ବିଭାଗ ପକ୍ଷରୁ ଏକ ‘ଓନ୍-ଟାଇମ୍ ସେଟଲମେଣ୍ଟ୍ ସ୍କିମ୍’ ଘୋଷଣା କରାଯାଇଛି, ଯାହା 31 ଜୁଲାଇ 2025 ପର୍ଯ୍ୟନ୍ତ ରହିଥିବା ସମସ୍ତ pending e-challan ପାଇଁ ପ୍ରଯୁଜ୍ୟ ହେବ।

ଏହି ସୁବିଧାରେ ଚାଲାଣଧାରୀମାନେ କମ୍ ଟଙ୍କା ଦେଇ ଦଣ୍ଡ ପୂରଣ କରିପାରିବେ। ଜରିମାନାର 50% ପର୍ଯ୍ୟନ୍ତ ଛାଡ଼ ଦିଆଯାଇଛି କିଛି ମାମଲାରେ, ଯେପରି General Offence, Disobedience of authority, Mentally unfit driving, Air & Noise Pollution ଇତ୍ୟାଦି।

ତଥା, ଲାଲ୍ ବତି ଉଲ୍ଲଂଘନ, Stop Sign ଭଙ୍ଗିବା, ମୋବାଇଲ୍ ବ୍ୟବହାର କରି ଡ୍ରାଇଭିଂ, Over-speeding, Overtaking violation ପରି ଗୁରୁତର ଅଭିଯୋଗରେ ନିର୍ଦ୍ଧାରିତ Rs.1000/- କିମ୍ବା Rs.2000/- ଜରିମାନା ଦେଇ ସେଟଲମେଣ୍ଟ କରିହେବ।

ଏହି ସୁବିଧା କେବଳ ଏକଥର ପାଇଁ ଏବଂ ନୋଟିଫିକେସନ୍ ଜାରି ହେବାରୁ ୬ ମାସ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ। ସ୍କିମ୍ ସମୟ ସମାପ୍ତି ପରେ, ସମ୍ପୂର୍ଣ୍ଣ ଦଣ୍ଡରାଶି M.V. Act ଅନୁସାରେ ଅଦାୟ କରିବାକୁ ପଡ଼ିବ।

ସରକାରୀ ନୋଟିଫିକେସନ୍ ଅନୁଯାୟୀ, ଏହି ପଦକ୍ଷେପର ଲକ୍ଷ୍ୟ ବକେୟା ଚାଲାଣ ସମାଧାନ, ଲୋକଙ୍କୁ ସୁରକ୍ଷିତ ଡ୍ରାଇଭିଂ ପ୍ରତି ଉତ୍ସାହିତ କରିବା ଓ ପୁନରାବୃତ୍ତି ଅପରାଧ ରୋକିବା।

ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, Prosecution Report (PR) କୋର୍ଟ୍‌କୁ ଯାଇଥିବା କେସ୍‌ଗୁଡ଼ିକୁ ଏହି ସ୍କିମ୍‌ରେ ମିଳିବା ନାହିଁ।


Post a Comment

0 Comments
* Please Don't Spam Here. All the Comments are Reviewed by Admin.