Type Here to Get Search Results !

ଝାରସୁଗୁଡ଼ା ବିଧାନସଭା ବିଜେପି ର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ

 


ଝାରସୁଗୁଡା :-

ଆଜି ଝାରସୁଗୁଡ଼ା ବିଜେପି କାର୍ଯ୍ୟାଳୟ ରେ ବିଜେପି ର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ସମେତ ରଘୁନାଥ ପାଲି ବିଧାୟକ ଦୁର୍ଗା ତନ୍ତୀ,ବିଜେପି ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି ,ଜିଲ୍ଲା ବିଜେପି ସଭାପତି ରଘୁନନ୍ଦନ ପଣ୍ଡା,ପୂର୍ବତନ ସଭାପତି ସୁନିଲ ପଣ୍ଡା ସମେତ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ।ଏହି ବୈଠକ ରେ ଯୋଗ ଦେଇ ଝାରସୁଗୁଡ଼ା ବିଧାୟକ ବିଗତ ନଅ ମାସରେ ଓଡ଼ିଶା ରେ ବିଜେପି ସରକାର ରେ କରିଥିବା ଉପଲବ୍ଧି ବିଷୟରେ ଲୋକ ଙ୍କୁ ଅବଗତ କରିବା ପାଇଁ ଆହ୍ବାନ ଦେଇଛନ୍ତି।ତାହା ସହ ବୁଥ ସ୍ତରୀୟ ବୈଠକ କରି ସଂଗଠନ କୁ କିପରି ଆଗାମୀ ଦିନରେ ମଜବୁତ୍ କରାଯିବ ସେଥିପାଇଁ କର୍ମୀ ଆଜି କର୍ମୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।ତାହା ସହ ଝାରସୁଗୁଡ଼ା ନିର୍ବାଚନୀ ମଣ୍ଡଳୀ ରେ ବିଜେପି ସରକାର ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟ ରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ କହିଛନ୍ତି ବିଧାୟକ। ଝାରସୁଗୁଡ଼ା ନିର୍ବାଚନୀ କ୍ଷେତ୍ର ରେ ଖରା ଦିନେ ପାନୀୟ ଜଳ ର ସଙ୍କଟ ଦୂର କରିବା ପାଇଁ ଆଗାମୀ ଗୋଟେ ମାସ ଭିତରେ ଝାରସୁଗୁଡ଼ା ର ପ୍ରତେକ ବ୍ଲକ ରେ ୩୦୦ ଟି ନଳକୂପ ଖୋଲାଯିବ ବୋଲି କହିବା ସହ ପ୍ରତ୍ୟେକ ପୋଖରୀ ରେ ଗାଧୁଆ ଘର ଓ ପାହାଚ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା, ଝାଡ଼େଶ୍ୱର ମନ୍ଦିର ପାରିପାର୍ଶ୍ଵକ ଉର୍ନତି ପାଇଁ 4 କୋଟି ଟଙ୍କା ପ୍ରଦାନ କରିଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ।ସେହିପରି ଝାରସୁଗୁଡ଼ା ରେ ବହୁ ପ୍ରତିକ୍ଷିତ ଦାବି ଏଲ ଏନ କଲେଜ କୁ ସରକାରୀ କଲେଜ ର ମାନ୍ୟତା ପ୍ରଦାନ କରାଯିବ ବୋଲି ବୋଲି କହିଛନ୍ତି।ସେହିପରି ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ହସ୍ପିଟାଲ କୁ ମଧ୍ୟ ଖୋଲାଯିବ ବୋଲି କହିବା ସହ ରାଜ୍ୟ ସରକାର ଙ୍କ ସୁଭଦ୍ରା ଯୋଜନା ରେ ବର୍ଷକୁ ଦଶ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ପ୍ରତି କ୍ୱାଣ୍ଟାଲ ଧାନ ରେ 3100 ପ୍ରଦାନ କରି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ସରକାର ସଫଳ ହୋଇଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଏହିପରି ସମସ୍ତ ଯୋଜନା ଘରକୁ ଘର ପହଞ୍ଚାଇବା ପାଇଁ କର୍ମୀ ଙ୍କୁ ଆହ୍ବାନ ଦେଇଛନ୍ତି।ଆଜି ଏହି ସମ୍ମିଳନୀ ରେ କୁଳମଣି କିସାନ,ଦୂତୀଆ ଓରାମ, ଉଦ୍ଧବ ସିଂ ନାୟକ,ରାଜେଶ ଦାସ, ହେମରଞ୍ଜନ ସିଂ, ବିମଳେନ୍ଦୁ ଭୋଳ, ଅରବିନ୍ଦ ପାଠକ,ସୋନୁ ଥିରାନି,ନେତାଜୀ ପଟ୍ଟନାୟକ,ବଲବିନ୍ଦର୍ ସିଂ ଙ୍କ ସମେତ ସମସ୍ତ ବରିଷ୍ଠ ଓ କନିଷ୍ଠ ନେତୃବର୍ଗ ଉପସ୍ଥିତ ଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.