Type Here to Get Search Results !

ମା ଶାରଳା ହାଟରେ ଶାରଳା ମେଳା ପାଳନ କରିଛି ଦଳିତ ତେଲଗୁ ମହାସଂଘ

 


ଝଙ୍କଡ଼ :-

 ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ସ୍ଥିତ ସାରଳା ହାଟ ରେ, ମା ଶାରଳା ଦଳିତ ତେଲଗୁ ମହାସଂଘ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ, ଗତ ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଓଡ଼ିଆ ନବବର୍ଷ ଠାରୁ ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏଥି ନିମନ୍ତେ ବସନ୍ତ ବଗିଚାରେ ମହାସଂଘ ର ନବ ନିର୍ବାଚିତ ସଭାପତି ଗୌରାଙ୍ଗ ଚରଣ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ଅଧିବେଶନ ରେ ଦଳିତ ତେଲଗୁ ମହାସଂଘ ର ଅଭାବ ଅସୁବିଧା ଓ ସମାସ୍ୟା ସମ୍ପର୍କରେ ଆଲୋଚନା କରାଯାଇ , ଏହାର ଆସୁ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଓ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଉଦଯାପନୀ ଉତ୍ସବରେ ଉଦୟ ନାଥ ପଣ୍ଡା ଙ୍କ ସହଯୋଗ ରେ ଓ ସୁଶାନ୍ତ କୁମାର ରାଉଳ ଙ୍କ ଦାୟିତ୍ୱରେ, ମାଉସୀ ମା ମନ୍ଦିର ବେଢ଼ା ରେ ସାରଳା ମେଳା ଓ ଜଗତସିଂହପୁର ଭକ୍ତି ନୈବେଦ୍ୟ ଭଜନ ସନ୍ଧ୍ୟା ର କୁଶଳୀ କଳାକାର ମାନଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାସଂଘର ଉପ ସଭାପତି ବୁଦ୍ଧିଆ ଦାସ, ସମ୍ପାଦକ କୈଳାଶ ଦାସ ସହସମ୍ପାଦକ ବିଷ୍ଣୁ ଚରଣ ଦାସ, କୋଷାଧ୍ୟକ୍ଷ ବିଜୟ ଦାସ ଓ ବାଚସ୍ପତି ରମେଶ ଚନ୍ଦ୍ର ଦାସ ଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ରବିନ୍ଦ୍ର ଦାସ, ନିତ୍ୟାନନ୍ଦ ଦାସ , ବୁଦ୍ଧେଶ୍ୱର ଦାସ , ନିର୍ଭୟା ଦାସ , ପ୍ରଫୁଲ୍ଲ ଦାସ , କବି ଦାସ , ଭରତ ଦାସ ଓ ସୁବାସ ଦାସ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଜିଲ୍ଲା ର ବିଭି୍ନପ୍ରାନ୍ତର ରୁ ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ବ ତେଲଗୁ ସମ୍ପ୍ରଦାୟ ର ପ୍ରତିନିଧି ମାନେ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ, ଜାତିର ଐକ୍ୟ, ସଂହତି, ମୈତ୍ରୀ ଓ ଭାଇଚାରା କୁ ବଜାୟ ରଖିବା ପାଇଁ ଏହି କାର୍ଯକ୍ରମ କରାଯାଉଛି ବୋଲି ସଭାପତି ଗୌରାଙ୍ଗ ଚରଣ ଦାସ କେତେକ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଅଛନ୍ତି।

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.