Type Here to Get Search Results !

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଉଦଘାଟନ।


ସତ୍ୟବାଦୀ :-

ଓଡ଼ିଆ ବିଶ୍ୱବିଦ୍ୟାଳୟ, ରେ ଜାତୀୟ ସେବା ଯୋଜନା ଶାଖାର ଉଦଘାଟନ ଓ ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ରୂପେ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉପଶାସନ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ। କୁଳପତି ପ୍ରଫେସର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାଷଣରେ ନେତାଜୀ ସୁବାଷ ବୋଷଙ୍କ ଭଳି ରାଷ୍ଟ୍ର ପାଇଁ ଉତ୍ସର୍ଗୀକୃତ ସେବା କରିବାକୁ ପରାମର୍ଶ ଦେଇଥିଲେ। ଡକ୍ଟର ବେହେରା ପିପିଟି ମାଧ୍ୟମରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠାର ମୂଳ ଉଦ୍ଦେଶ୍ୟକୁ ଛାତ୍ରଛାତ୍ରୀଙ୍କ ପାଖରେ ପର୍ଯ୍ୟାଲୋଚନା ସହିତ ସ୍ବତଃ ସେବା ମନୋଭାବରେ ସର୍ବଦା ବ୍ରତୀ ହେବାକୁ ଆହ୍ବାନ ଜଣାଇଥିଲେ। କୁଳସଚିବ ରଶ୍ମିରେଖା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର, ଜାତୀୟ ସେବା ଯୋଜନା ଅଧିକାରୀ ଡକ୍ଟର ଶର୍ମିଷ୍ଠା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ପାଖରେ ବିଭିନ୍ନ ପରାମର୍ଶ, ଉଦାହରଣ ମାଧ୍ୟମରେ ସେବା ମନୋଭାବ ଜାଗ୍ରତ କରାଇଥିଲେ। ବିଭିନ୍ନ ବିଭାଗର ଅଧ୍ୟାପକ, କର୍ମଚାରୀ ଏବଂ ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଜାତୀୟ ସେବା ଯୋଜନାର ସଫଳ ରୂପାୟନ ସହିତ ଆଗାମୀଦିନରେ ଏହି ସେବା ମନୋଭାବ ଜାରି ରଖିବେ ବୋଲି ଦୃଢ ସଂକଳ୍ପ ନେଇଥିଲେ। ପରିଶେଷରେ ଭାଷା ବିଜ୍ଞାନ ବିଭାଗର ଛାତ୍ରୀ ସ୍ମୃତିପ୍ରିୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟବାଦୀ ରୁ ରାଜକିଶୋର ସେନାପତି ଙ୍କ ରିପୋର୍ଟ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.