ଚମ୍ପୁଆ :-
ମ୍ୟାଟ୍ରିକ ପରୀକ୍ଷା ରେ କମ୍ ନମ୍ୱର୍ ରହିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର ପଞ୍ଚାୟତ ଶଙ୍କରପୁର ଗ୍ରାମରେ । ମୃତ ଛାତ୍ରୀ ଶଙ୍କରପୁର୍ ଗ୍ରାମ ର କମଳା କାନ୍ତ ମହାନ୍ତ ଓ ଝିଲ୍ଲିମଣି ମହାନ୍ତ ଙ୍କ ଝିଅ ତୃପ୍ତିମୟୀ ମହାନ୍ତ (୧୫) ବୋଲି ଜଣା ପଡ଼ିଛି। ସୂଚନା ଅନୁସାରେ ଗତକାଲି ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ନାରଦପୁର ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ପାଠ ପଢୁଥିବା ତୃପ୍ତିମୟୀ ପରୀକ୍ଷା ରେ ଅଧିକ ମାର୍କ ରଖିବା ଆଶା ରଖିଥିବା ବେଳେ ସମୁଦାୟ ୨୫୬ ନମ୍ବର ରଖିଥିବା ନେଇ ଅନଲାଇନ ରୁ ଜାଣିବାକୁ ପାଇଥିଲେ । ପରୀକ୍ଷା ଫଳ ଜାଣି ଘରକୁ ଫେରିବା ପରେ ଖାଇପିଇ ଗତ ରାତିରେ ନିଜ ସାନ ଭଉଣୀ ସହ ଶୋଇଥିଲେ । ଆଜି ସକାଳୁ ଘର ଲୋକେ ତୃପ୍ତିମୟୀ ନିଜ ପିନ୍ଧା ଓଢଣି ରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ଦେଖିବାକୁ ପାଇଥିଲେ । ପରିବାର ଲୋକେ ଘଟଣା ସମ୍ପର୍କରେ ରିମୁଳି ଫାଣ୍ଡି କୁ ଖବର କରିବା ପରେ ଚମ୍ପୁଆ ଥାନାଧିକାରୀ ଦେବକୀ ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ତୃପ୍ତିମୟୀ ଙ୍କ ମୃତ୍ୟୁ ରେ ଗ୍ରାମ ରେ ଶୋକ ପ୍ରକାଶ ପାଇଛି ।
କେନ୍ଦୁଝର ଚମ୍ପୁଆ ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ।