Type Here to Get Search Results !

ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁର୍ଘଟଣାରେ ଗୁରୁତର ଭାବେ ଆହତ ଅlଠ ଜଣ

 


ବଲାଙ୍ଗିର :-

 ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅନ୍ତର୍ଗତ ଟିଟିଲାଗଡ଼ ମହିଳା ମହାବିଦ୍ୟାଳୟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଯାଇଛି ସୂଚନା ଅନୁସାରେ ଟିଟିଲାଗଡ଼ ସହରର ରାସ୍ତା ପଟୁ ଆସୁଥିବା ଅଟୋ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳେ ସମସ୍ତ ଲୋକମାନେ ଗୁରୁତର ହୋଇଯାଇ ରାସ୍ତା କଡରେ ଛଟ ପଟ ରାସ୍ତା ଉପରେ ପଡି ରହିଥିଲେ ଦୂର୍ଘଟଣା ସୂଚନା ପାଇ ନିକଟସ୍ଥ ଲୋକମାନେ ଆସି ଆମ୍ବୁଲାନ୍ସ କୁ ଫୋନ୍ କରିବାରୁ ଘଟଣା ସ୍ଥଳ କୁ ଆମ୍ବୁଲାନ୍ସ ଆସି ପହଁଚି ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନା କୁ ପ୍ରାଥମିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସେବା ରେ ତୁରନ୍ତ ପଠେଇ ଦେଇଥିଲେ କିନ୍ତୁ ସମସ୍ତ ଙ୍କ ର  ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତ୍ୱର ହେବାରୁ ଟିଟିଲାଗଡ଼ ଡାକ୍ତରଖାନା ରୁ ଡାକ୍ତର ଗୁରୁତର ବ୍ୟକ୍ତି ମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କୁ ଚିକିତ୍ସା ପାଇଁ ସ୍ଥାନସ୍ତାରିତ କରିଥିବା ସୂଚନା ମିଳିଥିଲା ତେବେ ଏହି ସଡ଼କ ଦୁର୍ଘଟଣା ଘଟି ଥିବା ସ୍ଥାନକୁ ଟିଟିଲାଗଡ଼ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା କାହିଁକି ଓ କେମିତି ଏଠାରେ ଦୁର୍ଘଟଣା ଘଟି ଥିଲା ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l

Post a Comment

0 Comments
* Please Don't Spam Here. All the Comments are Reviewed by Admin.