Type Here to Get Search Results !

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ସ୍ତରୀୟ ହକି ସଙ୍ଗମର ଦ୍ଵିତୀୟ ଦିବସ

 


ସୁନ୍ଦରଗଡ :- 

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼l ଅନ୍ତର୍ଗତ ଜିଙ୍କ ନଗର ସ୍ଥିତ ପିଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ ଠାରେ ତିନି ଦିନ ଧରି ଆରମ୍ଭ ହେବାକୁ ଥିବା ଜାତୀୟ ହକି ସଙ୍ଗମର ଦ୍ଵିତୀୟ ଦିବସରେ  ମ୍ୟାଚ୍ ସକାଳ ୭ ଟା ସମୟରେ ଆରମ୍ଭ ହୋଇ ଯାଇଛି l ଦିନ ତମାମ  ମ୍ୟାଚ୍ ଗୁଡ଼ିକ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମାଲ ହକି ଟର୍ବରେ ଚାଲିଥିଲା ଏବଂ ସମସ୍ତ ମ୍ୟାଚ୍ ଗୁଡ଼ିକ ଅତି ଚିତ୍ତାକର୍ଷକ ସହ ସଂଘର୍ଷ ମୟ ଥିଲା  l ଆଜିର ମ୍ୟାଚ୍ ରେ ବରଗଡ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଏସକେ ତ୍ରିପାଠୀ, ଆସିଷ୍ଟାଣ୍ଟ କମିଶନର ମୁନି ରମେୟl, ରାଏଗଡ ନବୋଦୟର ଅଧ୍ୟକ୍ଷl ଅନୁରାଧା ଶର୍ମା  ଉପସ୍ଥିତ ରହି ଉପଭୋଗ କରିଥିଲେ ।   ଚଣ୍ଡୀଗଡ଼, ଲକ୍ଷ୍ନୌ, ପାଟନା, ଭୋପାଳ, ଜୟପୁର, ହାଇଦ୍ରାବାଦ, ପୁନେ ଜୋନର ମୋଟ ୨୨୪ ଜଣ ଖେଳାଳୀ ଯୋଗଦେଇଛନ୍ତି l ଆସନ୍ତା କାଲି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୪ ଥର ଅଲିମ୍ପିକ ଖେଳାଳି ତଥା ଭାରତ ଗୌରବ ପୁରସ୍କାର ପ୍ରାପ୍ତ Dhanraj Pillay ଯୋଗ ଦେବେ ବୋଲି     ଜିଙ୍କ ନଗର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଚଟୋପାଧ୍ୟlୟ ସୂଚନା ଦେଇଛନ୍ତି l ଖେଳ ଶିକ୍ଷକ ପ୍ରସନ୍ନ ଷଣ୍ଢ, ଜୟନ୍ତୀ କୁଜୁର, ବିନୋଦ କୁମାର ବରାଇ , ବି କେ ସାହୁ, ଈଶ୍ୱର ଭୋଇ ପ୍ରମୁଖ ସହଯୋଗ କରିଥିଲେ l ସୁନ୍ଦରଗଡ଼ରୁ ସୁଶାନ୍ତ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.