Type Here to Get Search Results !

ମୋ ପୁଅ ଯଦିଭୁଲ କରିଛି ତାକୁ ଦଣ୍ଡ ମିଳୁ

 


ବାସୁଦେବପୁର :-

ଉତ୍ତରପ୍ରଦେଶ ଜାଲ୍‌ ନୋଟ୍‌ କାରବାରର ଓଡ଼ିଶା ଲିଙ୍କ୍ । ୟୁପି ପ୍ରୟାଗରାଜ ମଦ୍ରାସାରେ ଚାଲିଥିଲା ଜାଲ୍‌ ନୋଟ୍ କାରବାର । କାରବାରର ମାଷ୍ଟର ମାଇଣ୍ଡ ଜାହିର ଖାଁ ଘର ଭଦ୍ରକ ଜିଲ୍ଲା ବାସୁଦେବ ପୁର ପୌରପାଳିକା ତଥା ବାସୁଦେବପୁର ଥାନା ଶୁକଦେବପୁର ଗ୍ରାମରେ ବୋଲି ଜଣାପଡିଛି । ଜାହିର ୭ବର୍ଷ ହେବ ପ୍ରୟାଗରାଜରେ ରହୁଥିଲେ । ସେଠାରେ ଏକ ମଦ୍ରାସାରେ ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଗତ ୮ ଦିନ ପୂର୍ବରୁ ପୁଅ ଜାହିରକୁ ୟୁପି ପୋଲିସ ଗିରଫ କରିଥିବା ଫୋନ୍ ଆସିଥିଲା ବୋଲି ଜାହିରଙ୍କ ବାପା କହିଛନ୍ତି । ଏହି ଖବରକୁ ନେଇ ବାସୁଦେବପୁର ପୋଲିସ ଜାହିରଙ୍କ ବାପାଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡିଛି । ଗତ ୨୮ ତାରିଖରେ ଉତ୍ତରପ୍ରଦେଶ ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ କାରବାର ଠାବ ହୋଇଥିଲା,ମଦ୍ରାସାରେ ଜାଲ୍ ନୋଟ୍ ଛପାଯାଉଥିଲା । ମଦ୍ରାସାରୁ ଜାଲ ନୋଟ୍, ପ୍ରିଣ୍ଟର, ସ୍କାନର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଜାଲ୍ ନୋଟ୍ କାରବାରର ମାଷ୍ଟରମାଇଣ୍ଡ ଥିଲେ ଜାହିର ଖାନ୍ । ଜାହିରର ଘର ଓଡ଼ିଶାର ବୋଲି ପ୍ରୟାଗରାଜ ପୋଲିସ ସୂଚନା ଦେଇଥିଲେ । ଜାହିର ଙ୍କ ବାପା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋ ପୁଅ ଯଦି ଭୂଲ୍ କରିଛି ତାକୁ ଦଣ୍ଡ ମିଳିବା ଦରକାର, ମୋର କିଛି କରିବାର ନାହିଁ।ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.