ଭୁବନେଶ୍ୱର :-
ଓଜେଇଇ ରେଜଲ୍ଟ ପ୍ରକାଶ । ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା ୨୦୨୪ର ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ ସେମାନଙ୍କର ରେଜଲ୍ଟ ପାଇପାରିବେ। ସମସ୍ତ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ଵବିଦ୍ୟାଳୟ ଓ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ନାମ ଲେଖାଇବା ପାଇଁ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ।
ଖବର ଅନୁଯାୟୀ, ଚଳିତ ବର୍ଷ ମୋଟ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫୬ ହଜାର ୪୭ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ। ଏଥିମଧ୍ୟରୁ ୫୬ ହଜାର ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି। ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନରେ ଥିବା ପରୀକ୍ଷାର୍ଥୀ ଓଜେଇଇ କାଉନସେଲିଂରେ ଅଂଶଗ୍ରହଣ କରିପାରିବେ।
୨୦୨୪-୨୫ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ଵବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହୋଇଥିଲା।