ଝାରସୁଗୁଡ଼ା :-
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତା ରେ ପରିଚାଳିତ କଟାପାଲି ସ୍ଥିତ ମିଶନ ଆଶ୍ରା-୨ ରୁ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଚିକିତ୍ସା ଓ ଯତ୍ନ ପାଇ ସୁସ୍ଥ ହେଲା ପରେ ନିଜ ପରିବାର କୁ ହସ୍ତାନ୍ତର କରାଯାଇଅଛି। ଏଠାରେ ସୂଚନା ଥାଉ କି ଜୁଲି ର ବାପା ଙ୍କ କହିବା ଅନୁଯାଇ ଜୁଲୀ ଦୀର୍ଘ ଦେଢ଼ ବର୍ଷ ତଳେ ତାଙ୍କ ସ୍ବାମୀ ଙ୍କ ସହ ଝଗଡା କରି ମାନସିକ ସ୍ଥିତି ହରାଇ ଘରୁ ନିଖୋଜ ଥିଲେ ।ପରେ ତାଙ୍କୁ ମିଶନ ଆଶ୍ରା ଉଦ୍ଧାରକାରି ଦଳ ଙ୍କ ଦ୍ଵାରା ଝାରସୁଗୁଡ଼ା ରେଳ ଷ୍ଟେସନ ରୁ ଉଦ୍ଧାର କରାଯାଇ ମିଶନ ଆଶ୍ରା-୨ ରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ର ସେବା ଯତ୍ନ, ନିୟମିତ ଔଷଧ ଓ କାଉନସେଲିଂ ଦ୍ୱାରା ଜୁଲି ର ମାନସିକ ସ୍ଥିତି ରେ ସୁଧାର ଆସିଥିଲା ଓ ତାପରେ ସେ ତାର ଘର ର ଠିକଣା ଓ ତାଙ୍କ ବାପା ଙ୍କ ଫୋନ ନମ୍ବର ମଧ୍ୟ କହିବାରେ ସଫଳ ହୋଇଥିଲା। ଆଶ୍ରା ର କର୍ମଚାରୀ ସେହି ଫୋନ ନମ୍ବର ଜରିଆରେ ତାଙ୍କ ବାପା ଙ୍କୁ ତାଙ୍କ ଝିଅ ଜୁଲି ବିଷୟରେ ଅବଗତ କରାଇଥିଲେ ଓ ତାଙ୍କର ଠିକଣା ଗ୍ରାମ - ପୁରାହରା,ଥାନା - ହସ୍ପୁରା,ଜିଲ୍ଲା - ଔରଙ୍ଗାବାଦ,ବିହାର ର ବୋଲି ସତ୍ୟତା ଜଣାପଡିଥିଲା। ଠିକଣା ପାଇବା ମାତ୍ରେ ଅତ୍ୟନ୍ତ ଖୁସି ହୋଇ ତାଙ୍କର ବାପା ମିଶନ ଆଶ୍ରା -୨ ରେ ପହଞ୍ଚି ଝିଅ ଜୁଲି କୁ ଘରକୁ ଫେରାଇ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଜୁଲି ର ବାପା ଦୀର୍ଘ ଦିନ ପରେ ଜୁଲି କୁ ଦେଖି ଭାବ ବିହ୍ୱଳ ହୋଇ ପଡ଼ିଥିଲେ ଯାହାକି କେନ୍ଦ୍ର ପରିସର ରେ ଏକ ଖୁସି ର ମାହୋଲ ସୃଷ୍ଟି ହୋଇଥିଲା। ଉକ୍ତ ଘର ବାହୁଡା କାର୍ଯ୍ୟକ୍ରମ ରେ ପିପୂଲ୍ସ ଫୋରମ୍ ର କର୍ମଚାରୀଙ୍କ ଦ୍ବାରା ଜୁଲି ଓ ତାଙ୍କ ବାପା ଙ୍କୁ ଆମ ଓଡ଼ିଶା ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଛବି କୁ ଉପହାର ସ୍ୱରୂପ ପ୍ରଦାନ କରି କାର୍ଯକ୍ରମ କୁ ସୂଚାରୁ ରୂପେ ପରିଚାଳନା କରାଯାଇଥିଲା। ଜୁଲି ର ବାପା ଅତ୍ୟନ୍ତ ଖୁସି ହୋଇ ଜିଲ୍ଲା ପ୍ରଶାସନ ଓ ପିପୁଲ୍ସ ଫୋରମ କୁ ଏହି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏଠାରେ ଉଲ୍ଲେଯୋଗ୍ୟ ଯେ ପିପୂଲ୍ସ ଫୋରମ୍ ର ୬ ଗୋଟି ଥାଇଥାନ କେନ୍ଦ୍ର ୨୦୧୬ ମସିହା ରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପାଣ୍ଠି ସହାୟତା ରେ କାର୍ଯ୍ୟ କରି ଆସୁଅଛି। ବର୍ତ୍ତମାନ ମିଶନ ଆଶ୍ରା - ୧ ରେ ୧୨୮ ଜଣ ମହିଳା ମାନସିକ ବିକାରଗ୍ରସ୍ତ, ମିଶନ ଆଶ୍ରା - ୨ ରେ ୯୫ ଜଣ ମହିଳା ମାନସିକ ବିକାରଗ୍ରସ୍ତ, ମିଶନ ଆଶଲୋକ - ୧ ରେ ୧୩୧ ଜଣ ମାନସିକ ବିକରଗ୍ରସ୍ତ ପୁରୁଷ, ମିଶନ ଆଶାଲୋକ - ୨ ରେ ୫୬ ଜଣ ପୁରୁଷ ମାନସିକ ବିକାର ଗ୍ରସ୍ତ, ନିଶା ନିବାରଣ କେନ୍ଦ୍ର ରେ ୩୨ ଜଣ ନିଶା ଶକ୍ତ ବ୍ୟକ୍ତି ଓ ବୃଦ୍ଧା ଆଶ୍ରମ ( ଭରସା)ରେ ୫୧ ଜଣ ବୃଦ୍ଧ ଓ ବୃଦ୍ଧା, ଏହି ପରି ମୋଟ ୪୯୩ ଜଣ ଚିକିତ୍ସିତ ହେଉଛନ୍ତି ଓ ନିଜ ନିଜ ଘରକୁ ଫେରିବା ପାଇଁ ଅପେକ୍ଷା କରି ଅଛନ୍ତି।