Type Here to Get Search Results !

ରାଉରକେଲା ପ୍ରାକ୍ତନ ଏନ୍ ଏ ସି (ଏସଟି )ର ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

 


ବଲାଙ୍ଗିର, ରାଉରକେଲା ପ୍ରାକ୍ତନ ଏନ୍ ଏ ସି ( ଏସ ଟି )ର  ଅବସରପ୍ରାପ୍ତ   ଶିକ୍ଷକ ଶ୍ରୀ ଯୁକ୍ତ ଜୟହିନ୍ଦ ସାହୁଙ୍କ ୭୬ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବାଙ୍ଗାଲୋର hospital ଠାରେ ଚିକିତ୍ସାଧୀନ ଅବସ୍ଥାରେ ତାରିଖ 30/08/2024/  ଶୁକ୍ରବାର ଗତ ପୂର୍ବାହ୍ନ ୧୧.୩୦ ଘଟିକା ରେ ପରଲୋକ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଦେଓଗାଁ late ଶ୍ରିପତି ଚରଣ ସାହୁ ଙ୍କ ପୁତ୍ର ଜୟ ହିନ୍ଦ ସାହୁ  ,ସେ ଗଙ୍ଗାଧର ମେହେର କଲେଜ ସମ୍ବଲପୁର ରେ ପାଠ ପଢ଼ା ଶେଷ କରି ଥିଲେ l ଓ ରାଉରକେଲାରେ ଚାକିରି କରିଥିଲେ l ଅବସର ଗ୍ରହଣ ମଧ୍ୟ କରିଥିଲେ l

 ସେ ଜଣେ ଶାନ୍ତ, ମିଷ୍ଟଭାଷୀ,ମେଳାପି , ଧର୍ମପରାୟଣ , ଛାତ୍ର ବାତ୍ସଲ୍ୟ ଓ ପରୋପକାରୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।  ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ରଞ୍ଜନ ସାହୁ,   ନାତୁଣୀ ଶୃତି, କନ୍ୟା   କବିତା ଓ ସରିତା, ଆତ୍ମୀୟ, ସ୍ୱଜନ ଓ ଆଖପାଖ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ। ପୁତ୍ର ରଞ୍ଜନ ସାହୁ ବାଙ୍ଗାଲୋର ସ୍ତିତ ଶମଶାନ ରେ ମୁଖାଗ୍ନୀ ଦେଇଥିଲେ। ତାଙ୍କର ଶେଷକୃତ୍ୟ  ବାଙ୍ଗାଲୋର ଠାରେ ସମ୍ପନ୍ନ ହୋଇଯାଇଛି । ଚାକିରିରୁ ଅବସର ପରେ ସ୍ବର୍ଗତ ସାହୁ ପୁଅ ରଞ୍ଜନ ପାଖରେ ସ୍ଥାୟୀ ଭାବରେ ଅବସ୍ଥାନ କରୁଥିଲେ। ରାଉରକେଲା ର 

ପ୍ରାକ୍ତନ ଏନ୍ ଏ ସି ( ଏସ ଟି )ର ଅବସର ପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା ସହ  ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ  କରିଥିଲେ।ଶୋକାକୁଳ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ  ସହ ଏଭଳି ଦୁଃଖଦ ସମୟରେ ଜଗତର ନାଥ ଶ୍ରୀ ଜଗନ୍ନାଥ ସେମାନଙ୍କୁ ସାହାସ ଓ ଶକ୍ତି ପ୍ରଦାନ କରନ୍ତୁ। ଏହା ହିଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.