ଭୁବନେଶ୍ୱର:-
ଶନିବାର ନିର୍ବାଚନ ଶେଷ ହେବା ପରେ ମଙ୍ଗଳବାର ଆସିବ ଫଳାଫଳ। ତେବେ ଓଡ଼ିଶାର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ଜିତିବାକୁ ନେଇ ଆଶା ପ୍ରକଟ କରିଛନ୍ତି। ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଜାତୀୟ ସଂସ୍ଥାଗୁଡିକ ଦ୍ୱାରା ଜାରି ଏକ୍ଜିଟ୍ ପୋଲ ରିପୋର୍ଟ ବିଜେଡିର ଚିନ୍ତା ବଢାଇଛି । ଏହି ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିଛନ୍ତି।