Type Here to Get Search Results !

ଓପିଜିସି ରେଳଧାରଣାରେ ସୁରକ୍ଷା କର୍ମୀଙ୍କ ଗୋଡ କଟିଲା

 

ଝାରସୁଗୁଡା :-

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଯମୁନା ଗ୍ରାମର ମନଦର ସା (48 )ଓପିଜିସି କମ୍ପାନୀ ଅଧିନରେ ଥିବା ଏକ ସିକ୍ୟୁରିଟି ସଂସ୍ଥା ରେ କାର୍ଯ୍ୟରତ ଥିଲେ, ଶନିବାର ରାତି ପ୍ରାୟେ ୧୧ ଟା ସମୟରେ ଡ୍ୟୁଟି ସମୟରେ ଅସାବଧାନତା ସହ ଓପିଜିସି ର ଲାଇଟ ଅବ୍ୟବସ୍ଥା ଯୋଗୁ ଓପିଜିସି ମାଳବାହି ଟ୍ରେନରେ ଶ୍ରୀ ସା ର ଦୁର୍ଘଟଣା ହୋଇଥିବାର ଅଭିଯୋଗ ହେଉଛି । ଦୁର୍ଘଟଣାରେ ଶ୍ରୀ ସା ର ଗୋଟିଏ ଗୋଡ଼ କଟି ଯାଇଛି  ଓ ହାତ, ମୁଣ୍ଡରେ ଗଭୀର ଆଘାତ ହୋଇଥିବାର ସୂଚନା ରହିଅଛି । ଶ୍ରୀ ସା ର ଚିକିତ୍ସା ପାଇଁ ପ୍ରଥମେ ବେଳପାହାଡ଼ କ୍ରୋସାକି ହସ୍ପିଟାଲକୁ ନିଆଯାଇ ଥିଲା,ସ୍ଥିତି ସୁଧାର ନଆସିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି। ଲଖନପୁର ରୁ ସମୀର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.