ଭୁବନେଶ୍ୱର :-
ନିର୍ବାଚନ ଫଳ ଘୋଷଣା ପରଠୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଧାରୀ ଙ୍କୁ ଶୋଷଣ ଆରମ୍ଭ କଲେଣି କିଛି ବେସରକାରୀ ହସ୍ପିଟାଲ। ସ୍ୱାସ୍ଥ୍ୟ କାର୍ଡ ଟି ଆଉ କାମ କରୁନି କହି ଲୋକଙ୍କ ଠାରୁ ଟଙ୍କା ନେବାକୁ ଆରମ୍ଭ କଲେଣି କିଛି କୁଚକ୍ରୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା।
ସାଧାରଣ ନିର୍ବାଚନ ପରେ ବିଜେଡିର ପରାଜୟ ହୋଇଛି। ତେବେ ଏ କଥାକୁ ନେଇ କିଛି ଲାଭଖୋର ବେସରକାରୀ ହସ୍ପିଟାଲ ରୋଗୀଙ୍କି ଲୁଟିବା ଆରମ୍ଭ କଲେଣି। ବିକେଏସୱାଇ କାର୍ଡ 4 ତାରିଖ ପରଠାରୁ କାମ କରୁନଥିବା କହି ଲୋକଙ୍କୁ କିଛି ବେସରକାରୀ ହସ୍ପିଟାଲ ଭୁଆଁ ବୁଲାଉଥିବା ନଜର କୁ ଆସିଛି।
ତେବେ ଏନେଇ ଆଜି ବିଜେପି ପକ୍ଷରୁ ପ୍ରେସ ନୋଟ ଜାରି କରାଯାଇଛି ଏବଂ କୁହାଯାଇଛି ବିକେଏସୱାଇକାର୍ଡ ବର୍ତମାନ ମଧ୍ୟ ଚାଲୁ ରହିଛି। ଜାତି, ଧର୍ମ, ଦଳ ନିର୍ବିଶେଷରେ ସ୍ୱାସ୍ଥ୍ୟ ସେବା ରେ ବିଜେପି କେବେ ବାଧା ସୃଷ୍ଟି କରିବ ନାହିଁ। ତେଣୁ ଏଭଳି ଠକୁଥିବା ସଂସ୍ଥା ଗୁଡିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କଥା କହିଛି ବିଜେପି।