Type Here to Get Search Results !

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳିଲେ ମହିଳା

 



ଓଡିଶା :-

ଆଜି ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି । ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରନ୍ତି। ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି ।

ପରମ୍ପରା ଅନୁସାରେ ଓଷା ପାଇଁ ମହିଳାମାନେ ନୂଆ ଶାଢ଼ୀ, ଚୁଡ଼ି, ଫଳମୂଳ, ପୂଜା ସାମଗ୍ରୀ ଧରି ମନ୍ଦିର ଯାଇ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରିଥାଆନ୍ତି । କେହି କେହି ଘରେ ବ୍ରାହ୍ମଣଙ୍କୁ ଡାକି ପୂଜା କରନ୍ତି ।

ସକାଳୁ ସାବିତ୍ରୀମାନେ ଥାଳିରେ ପୂଜା ସାମଗ୍ରୀ ସଜାନ୍ତି। ଶଙ୍ଖା, ସିନ୍ଦୁର, ସାଲୁକନା, ନାଲି ଚୁଡ଼ି, କଳା ଚୁଡି, ବ୍ରତ, ତୁଳା, କଳାମାଳି, କାଠ, ପାନିଆ, ପାଟ ଫୁଲି, ମଥା ବାସ, ଦର୍ପଣ ପରି ସମସ୍ତ ଜିନିଷ ପୂଜା ଲାଗ ଦରକାର ହେଇଥାଏ। ଆଜି ପୂଜା ଲାଗି ବ୍ୟବହାର ହେବାକୁ ଥିବା କଳା ଓ ନାଲି ଚୁଡି ୨ଟାକୁ ୫ଟଙ୍କା ଅଳତା ୧୦ଟଙ୍କା, ଗୁଆ ୩ଟଙ୍କା, ବ୍ରତ ୩ଟଙ୍କା, ସିନ୍ଦୁର ଫରୁଆ ୫ରୁ ୧୦ଟଙ୍କା, ଅଇନା ୩ଟଙ୍କା, ହରିଡା, ବାହାଡା ୩ଟଙ୍କା, ପାନିଆ ୧୦ଟଙ୍କା ଦାମ୍ ରହିଛି । କିଛି ବୋପାରୀ ପଲିଥିନ୍ରେ ସବୁ ସାମଗ୍ରୀ ପ୍ୟାକ କରି ଧରାଇ ଦେଇ ଏକ ପ୍ରକାରର ଦାମ୍ ସ୍ଥିର କର ଦେଇଛନ୍ତି । ସବୁ ପୁଜା ସମାଗ୍ରୀ ଥିବା ପୁଟୁଳି ଦାମ୍ ୧୦୦ଟଙ୍କା ରହିଛି ।

ସଧବା ନାରୀଙ୍କର ବିଶ୍ୱାସ ରହିଛି ଯେ, ସାବିତ୍ରୀ ବ୍ରତ ଦିନ ଜଣେ ନାରୀ, କିନ୍ନର ଦିଦିମାନେ ପୂଜା କରିଥିବା ଭୋଗ ସେବନ କଲେ କିମ୍ବା ଶଙ୍ଖା ସିନ୍ଦୂରକୁ ପରିଧାନ କଲେ ତାଙ୍କ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। କେବଳ ସେଥିପାଇଁ କିଛି ସଧବା ମହିଳା କିନ୍ନର ପୂଜା କରୁଥିବା ସ୍ଥାନକୁ ଯାଇ ସେଠାରେ ସେମାନଙ୍କର ଆଶୀର୍ବାଦ କାମନା କରିବା ସହ ଶଙ୍ଖା, ସିନ୍ଦୂର ମାଗିଥାନ୍ତି । ସହିଦନଗରରେ ରହୁଥିବା ବରିଷ୍ଠ କିନ୍ନର ଦିଦି ସୋନମ୍ ମହାପାତ୍ର କହନ୍ତି, ଆମେ ବର୍ଷରେ ଥରେ ଏହି ଦିନ ସାବିତ୍ରୀ ବ୍ରତକୁ ଅନେଇ ବସିଥାଉ । ଏହି ଦିନ ଆସିଲେ ଆମେ ବେଶ୍ ଜାକଜମକରେ ସଜ ହୋଇ ସାବିତ୍ରୀ ବ୍ରତ ପାଳନ କରିଥାଉ । ଯେମିତି ସଧବା ନାରୀ ସାବିତ୍ରୀ ବ୍ରତ କରି ତା’ ସ୍ୱାମୀଙ୍କ ମଙ୍ଗଳ ତଥା ଦୀର୍ଘାୟୁ ପାଇଁ କାମନା କରେ, ସେମିତି ଆମେ ଆମ ଗୁରୁଙ୍କ ଦୀର୍ଘାୟୁ ଏବଂ ସମସ୍ତ ସଂସାରର ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ କରିଥାଉ । ସମାଜର ମଙ୍ଗଳ କାମନା ହେଉଛି ଆମର ମନୋସ୍କାମନା । ସମାଜର ମଙ୍ଗଳ ହେଲେ ଆମେ ଖୁସି ଅନୁଭବ କରିଥାଉ । କେବଳ ଏଥିପାଇଁ ଆମେ ସାବିତ୍ରୀ ବ୍ରତ ପାଳନ କରିଥାଉ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.