Type Here to Get Search Results !

ନୂଆ ସରକାର ଆସିଲେ କ'ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ


 ଭୁବନେଶ୍ୱର:-

ଅଫିସର ମହଲରେ ପଶିଗଲାଣି ଛନକା । ନୂଆ ସରକାର ଆସିଲେ, କ'ଣ ହେବ? କାଟ୍ତି ରହିବ ନା ନୂଆ ସରକାରଙ୍କ କଇଁଚି ଚାଲିବ । ଡରରେ ଆଗଧାଡ଼ିଆଙ୍କ ଛାତି ଧଡ଼ଧଡ଼ ।

ଆଇଏଏସ୍, ଆଇପିଏସ, ଓପିଏସ୍ ଏବଂ ଓଏଏସ୍ ଅଫିସରଙ୍କ ସ୍ତରରେ ଛନକା ବଢ଼ିଯାଇଛି । ନବୀନଙ୍କ ଶାସନ କାଳରେ ଯେଉଁମାନେ ବଡ଼ ପଦପଦବିରେ ଆଗ ଧାଡ଼ିଆରେ ଥିଲେ, ସେମାନଙ୍କ ଭିତରୁ ଅନେକଙ୍କ ମୁଣ୍ଡ ଗୋଲ୍ ।

ସରକାରଙ୍କ ଶୁଭ ଦୃଷ୍ଟିରେ ରହିବେ ନା କୋପ ଦୃଷ୍ଟିରେ ବଳି ପଡ଼ିବେ, ସେଇ ଚିନ୍ତା ଘାରିଲାଣି ।

ଅଫିସର୍ ରାଜ୍କୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ପ୍ରଚାରରେ ସିଧାସିଧା ବିଜେପି ନେତାମାନେ କହିଥିଲେ, ବିଜେପି ଆସିଲେ ଓଡ଼ିଶାରେ ଅଫିସର ରାଜ୍ ଚାଲିବନି । ବିଜେପି ନେତାଙ୍କ ଏଭଳି ଫଁ.. ଏବେ ଅନେକ ଅଫିସରଙ୍କ କାନରେ ଘଣ୍ଟି ଭଳି ବାଜୁଛି । ନିଜ ଭବିଷ୍ୟତ ଚିନ୍ତା ସଭିଙ୍କୁ ଘାରିଛି ।

ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ)ରେ କାର୍ଯ୍ୟ କରୁଥିବା କିଛି ବରିଷ୍ଠ ଅଧିକାରୀ, ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ବଡ଼ ପଦବିରେ ଥିବା ଅଫିସରଙ୍କ ମୁଣ୍ଡ ଗୋଲ୍ । ଚର୍ଚ୍ଚା ହେଉଛି, କିଛି ଅଫିସରଙ୍କ ତାଲିକା ବିଜେପି ପ୍ରସ୍ତୁତ କରି ରଖିଛି । ବିଜେପି ନେତାମାନଙ୍କ କହିବାନୁସାରେ ଯେଉଁ ଅଫିସର ନିଜ ପଦପଦବିର ଦାୟିତ୍ୱକୁ ଭୁଲି ନିର୍ବାଚନୀ ପ୍ରକ୍ରିୟାରେ ଶାସକ ଦଳ ପାଇଁ କାମ କରୁଥିଲେ, ସେମାନଙ୍କୁ ଦଳ ଭାବେ ଚିହ୍ନଟ କରିଛି । ସରକାରକୁ ଆସିଲେ ପ୍ରଥମେ ସେମାନଙ୍କ କଥା ବୁଝାଯିବ । ବାସ୍, ଏହି କଥା କାନରେ ପଡ଼ିବା ପରେ କିଛି ଅଫିସରଙ୍କ ନିଦ ହଜିଗଲାଣି । କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇପାରେ । ଆଉ କେତେକ ଅଫିସରଙ୍କ ଆସନ ଉପରେ କାର୍ଯ୍ୟାନୁଷ୍ଠାନର ଖଣ୍ଡା ବି ଚାଲିପାରେ । ଏପରିକି ଇଡି ବି ପଶିପାରେ ।

ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ଅଛି ରାଜ୍ୟ ପ୍ରଶାସନିକ ମହଲରେ । ଶୁଣାଯାଉଛି, ବଡ଼ ଧରଣର ବଦଳି ହୋଇପାରେ । ଦିଲ୍ଲୀରେ ଡେପୁଟେସନରେ ଥିବା କିଛି ଅଫିସରଙ୍କୁ ପୁଣି ଓଡ଼ିଶା ଡାକରା ଯାଇପାରେ । କିଛି ଅବସରପ୍ରାପ୍ତ ଓଡ଼ିଆ ଅଫିସରଙ୍କୁ ବଡ଼ ଭୂମିକା ମିଳିପାରେ ନୂଆ ସରକାରରେ । ଆଇପିଏସ୍ ମହଲରେ କିଛି ଅଫିସରଙ୍କୁ ଆଗାମୀ ଦିନରେ ବଡ଼ ଭୂମିକା ମିଳିବ । ବଡ଼ ପଦବିରେ ୍ଥିବା କିଛି ଅଫିସରଙ୍କୁ ଅଲୋଡ଼ା ଦାୟିତ୍ୱ ଦିଆଯିବା ସମ୍ଭାବନା ଅଛି । ଏମିତିକି ଜିଲ୍ଲା ସ୍ତର ଯାଏଁ ବଡ଼ ଓଲଟପାଲଟ ସମ୍ଭାବନା ନେଇ ଛନକା ପଶିଛି ଅଫିସରଙ୍କ ଭିତରେ

Post a Comment

0 Comments
* Please Don't Spam Here. All the Comments are Reviewed by Admin.