Type Here to Get Search Results !

ଝାରସୁଗୁଡ଼ା ଉପ ନିର୍ବାଚନ, ବିଜେପି ପକ୍ଷରୁ ଟଙ୍କଧର ହେଲେ ବିଧାୟକ ପ୍ରାର୍ଥୀ



ଝାରସୁଗୁଡ଼ା :-
ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ଆଜି ବିଜେପି ନିଜ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ଙ୍କୁ ରାଜ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଚୟନ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି। ଅନେକ ଦିନ ଧରି ଅନେକ କଳ୍ପନାଜଳ୍ପନା ପରେ  ଶେଷରେ ବାଜିମାତ କରିଛନ୍ତି ଟଙ୍କଧର। ପୂର୍ବରୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ଦୀପାଳୀ ଦାସ ଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା କରା ଯାଇଥିବଆ ବେଳେ ଆଜି ଟଙ୍କଧର ତ୍ରିପାଠୀ ବିଜେପି ପକ୍ଷରୁ ଲଢେ଼ଇ କରିବେ। ସେଭଳି କଂଗ୍ରେସ ପକ୍ଷରୁ ପୂର୍ବତନ ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେ ଙ୍କ ପୁଅ ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ। ଝାରସୁଗୁଡ଼ା ରେ ବିଧାୟକ ନିର୍ବାଚନ ସର୍ବମୋଟ ୧୬ ଟି ହୋଇ ସାରିଥିବା ବେଳେ ୧୦ ଥର କଂଗ୍ରେସ, ୩ ଥର ବିଜେଡ଼ି ଏବଂ ଥରେ ଲେଖାଏଁ ଜନତା ଦଳ ଏବଂ ଅନ୍ୟାନ୍ୟ ପାଇଛନ୍ତି। ତେଣୁ ଏ ଉପନିର୍ବାଚନ ରେ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳିବ ତାହା ଦେଖିବା ବାକି ରହିଲା। ବ୍ୟୁରୋ ରିପୋର୍ଟ 

Post a Comment

1 Comments
* Please Don't Spam Here. All the Comments are Reviewed by Admin.