ଚମ୍ପୁଆ :-
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଞ୍ଜିଆଶୁଳା ଠାରୁ ତୁରୁମୁଙ୍ଗା ରାସ୍ତା ପୂର୍ତ୍ଵ ବିଭାଗ ଅଧିନରେ ଥିବା ବେଳେ ଏବେ ଏହି ରାସ୍ତା ର ଉନ୍ନତିକରଣ ଓ ପ୍ରଶସ୍ତିକରଣ କାର୍ଯ୍ଯ ଚାଲୁଅଛି। ତେବେ କୌଣସି ସରକାରୀ କାର୍ଯ୍ୟ କରାଯିବା ବେଳେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ଲଗାଯାଇ ସେହି କାର୍ଯ୍ୟ ସମ୍ବନ୍ଧରେ ସବିଶେଷ ବିବରଣୀ ଦେବା ପାଇଁ ସରକାରୀ ନିୟମ ରହିଛି । ତେବେ ଏହି ରାସ୍ତା କାମ ରେ ଏହି ସରକାରୀ ନିୟମ ର ଖୋଲା ଉଲଙ୍ଘନ କରି ଏହି ରାସ୍ତା ନିର୍ମାଣ ସମ୍ବନ୍ଧରେ କୌଣସି ସୂଚନା ଫଳକ ଦିଆଯାଇ ନ ଥିବା ବେଳେ ରାସ୍ତା କାମ ଅତି ନିମ୍ନ ମାନ ର ହେଉଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି। କାଞ୍ଜିଆଶୁଳା ଠାରୁ କରଞ୍ଜିଆ ପର୍ଯ୍ୟନ୍ତ ମୋଟ ୨୯/୩୦ କିଲୋମିଟର ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ କାମ ପାଇଁ ମୋଟ ୨୭୫୧.୪୮ ଲକ୍ଷ ଟଙ୍କା ର ଅଟକଳ ହୋଇଥିବା ବେଳେ ଅଟକଳ ଅନୁସାରେ ରାସ୍ତା କାମ ହେଉ ନଥିବା ଅଭିଯୋଗ ହେଉଛି। ରାସ୍ତା ଦୁଇ ପାର୍ଶ୍ଵ ରେ ପ୍ରଶସ୍ତିକରଣ ରେ ଚଞ୍ଚକତା କରାଯାଇଥିବା ବେଳେ ପୁରୁଣା ରାସ୍ତା ଉପରେ କେବଳ ସୁଦୃଢ଼ୀକରଣ କରାଯାଇଥିବାରୁ ଏହି କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ରାସ୍ତା ଉପରେ କରାଯାଇଥିବା ପିଚୁ ଅତି ନିମ୍ନ ମାନର ହୋଇଥିବା ବେଳେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଚନ୍ଦ୍ରଶେଖରପୁର, କାଶୀପାଳ, ଭଣ୍ଡା, ଜ୍ୟୋତିପୁର, ଯଯପଶି ଓ ଶଡିଙ୍ଗ ପଞ୍ଚାୟତ ର ଲୋକମାନେ ଏହି ରାସ୍ତା କାର୍ଯ୍ୟ ଉପରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ

