Type Here to Get Search Results !

ଝାରସୁଗୁଡ଼ା ଉପ ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ହେଲେ ତରୁଣ ପାଣ୍ଡେ

 


ଝାରସୁଗୁଡ଼ା :-

କଂଗ୍ରେସ ପକ୍ଷରୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ହୋଇ ଯାଇଛି। ପୂର୍ବତନ ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେ ଙ୍କ ପୁଅ ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ। ଏହା ପୂର୍ବରୁ ବିଜେଡ଼ି ପକ୍ଷରୁ ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସ୍ ଙ୍କ ଝିଅ ଦୀପାଳୀ ଦାସ ବିଧାୟକ ପ୍ରଥିନି ରୂପେ ଘୋଷିତ ହୋଇ ସାରିଛନ୍ତି। ଗତ ବ୍ରଜରାଜନଗର ଉପ ନିର୍ବାଚନ ରେ ମଧ୍ୟ ବିଜେପି କୁ ପଛରେ ପକେଇ କଂଗ୍ରେସ ଦ୍ଵିତୀୟ ସ୍ଥାନ ବଜାୟ ରଖିଥିବା ବେଳେ ବିଜେପି ପକ୍ଷରୁ ଅଦ୍ୟାବଧି ବିଧାୟକ ପ୍ରାର୍ଥୀ କିଏ ହେବ ଏବେବି କଳ୍ପନାଜଳ୍ପନା ରେ ହିଁ ରହିଛି। ତେବେ ବର୍ତ୍ତମାନ ଝାରସୁଗୁଡ଼ା ଉପ ନିର୍ବାଚନ ରେ କିଏ ବାଜିମାତ କରିବା ତାହା ଦେଖିବା ବାକି ରହିଲା। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.