Type Here to Get Search Results !

ଜୀବନ ଯୁଦ୍ଧ ରେ ହାରିଗଲେ "ପିଣ୍ଟୁ ନନ୍ଦ"

 


ଭୁବନେଶ୍ୱର :-

ବହୁ ଦିନ ଧରି ଲିଭର ସାରିଆସିସ ରୋଗରେ ଆକ୍ରାନ୍ତ ବିଶିଷ୍ଟ ଓଲିଉଡ କଳାକାର ପିଣ୍ଟୁ ନନ୍ଦ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଓଡ଼ିଶା ରୁ ଦିଲ୍ଲୀ ଓ ଶେଷରେ ହାଇଦ୍ରାବାଦ ର ଏକ ଘରୋଇ ହସ୍ପିଟଲରେ ଶେଷରେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପିଣ୍ଟୁ। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହେଉଥିଲା। ବର୍ତମାନ ତାଙ୍କ ଦୁଇ ପୁଅ ଅଛନ୍ତି। ତାଙ୍କ ଦେହାନ୍ତ ଖବର ପରେ ସମସ୍ତ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି। 

ପ୍ରଥମେ ଆଲବମ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ପିଣ୍ଟୁ। ବିଶେଷ କରି ଗୌରା ଗୀତରେ ସେ ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିଲେ। ଏହାପରେ ସେ ବିଭିନ୍ନ ଧାରାବାହିକ ତଥା ଫିଲ୍ମ ରେ କାର୍ଯ୍ୟ କରି ଓଲିଉଡ ରେ ନିଜ ନିଆରା ଭୂମିକା ଗ୍ରହଣ କରିଥିଲେ। ତେବେ ଆଜିର ଏହି ଦୁଃଖଦ ଖବର କ୍ଷୀପ୍ର ଗତିରେ ଓଡ଼ିଶା ରେ ବ୍ୟାପି ଯାଇଛି। ଅନ୍ୟ ପକ୍ଷରେ ଓଲିଉଡ ଜଗତର ଅନେକ କଳାକାର ପିଣ୍ଟୁ ଙ୍କ ମୃତ୍ୟୁ କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। 

ତାଙ୍କ ଚିକିତ୍ସା ପାଇଁ ଅନେକ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଡାକ୍ତରଙ୍କ କହିବା ଥିଲା ଲିଭର୍ ଟ୍ରାନ୍ସପରେଣ୍ଟ କରିବା ପାଇଁ। ଯାହା ଶେଷ ମୁହୂର୍ତରେ ସବୁ ପ୍ରୟାସ କେବଳ ପ୍ରୟାସ ହୋଇ ରହିଗଲା। TRO 24 News ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପିଣ୍ଟୁ ନନ୍ଦ ଙ୍କ ପାଇଁ।

Post a Comment

1 Comments
* Please Don't Spam Here. All the Comments are Reviewed by Admin.
  1. Very sad news for us
    My deepest condolences OM

    ReplyDelete