Type Here to Get Search Results !

ଯୁବକଙ୍କ ଆତ୍ମହତ୍ୟା କରିଥିବା ସ୍ଥାନକୁ ନେଇ ଗୋଶାଣୀ ନୁଆଁଗାଁ ଥାନା ଓ ଜି ଆର ପି ଥାନା ମଧ୍ୟରେ ବିବାଦ


ବ୍ରହ୍ମପୁର :-

ଯୁବକଙ୍କ ଆତ୍ମହତ୍ୟା କରିଥିବା ସ୍ଥାନକୁ ନେଇ ଗୋଶାଣୀ ନୁଆଁଗାଁ ଥାନା ଓ ଜି ଆର ପି ଥାନା ମଧ୍ୟରେ ବିବାଦ । ଦୀର୍ଘ ସମୟ ଧରି ଝୁଲି ରହିଲା ଯୁବକଙ୍କ ଶବ ରେଲୱେ ଷ୍ଟେସନ ନିକଟସ୍ତ ପରୀତକ୍ତ ସ୍ଥାନରେ ଥିବା ଏକ ଗଛରେ ଯୁବକ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା.ଏହି ଯୁବକ ଜଣକ ହେଲେ ହୁନୁମାନ ନଗରର ବୁଦ୍ଧିଆ ଆଚାରି ସେ ଏକ ଗେରେଜ଼ରେ ମେକାନିକ ଭାବେ କାର୍ଯ୍ୟ କରନ୍ତି, ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ଶବଟି ସେହିପରି ଝୁଲି ରହିଥିଲା । କାରଣ ଯୁବକଟି ଯେଉଁ ସ୍ଥାନରେ ଆତ୍ମହତ୍ୟା କରିଥିଲେ ସେହି ସ୍ଥାନଟି ଗୋଶାଣୀ ନୁଆଁ ଗାଁ ଥାନା ଅଧୀନରେ ଥିଲେ ମଧ୍ୟ ରେଲୱେ ଅଧିନସ୍ତ ସ୍ଥାନରେ ହୋଇଥିଲା । ପରିଶେଷରେ ବହୁ ଵାଦ ବିବାଦ ପରେ ଜି ଆର ପି ପୋଲିସ ଶବକୁ ଜବତ କରି ଏକ ମାମଲା ରୁଜୁ କରି ଶବଟି କୁ ବ୍ୟବଛେଦ ନିମନ୍ତେ ପଠାଇ ଥିଲେ । ଗଞ୍ଜାମରୁ ଆଶିଷ ରାଓଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.