ଭଦ୍ରକ :-
ଆଜି ଭଦ୍ରକର ଗାନ୍ଧୀ ପଡିଆ କାର୍ଯ୍ୟାଳୟ ଠାରେ ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୨୯ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମ୍ପୂର୍ଣ୍ଣ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସି ଯୋଗଦାନ କରିଥିବା ୨ ଶହରୁ ଅଧିକ ଶିକ୍ଷାବିତ୍ ପ୍ରଥମେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାସ୍ଥଳରୁ ଆସିଥିବା ଅଖଣ୍ଡ ଜ୍ୟୋତିକୁ ସ୍ଵାଗତ କରିଥିଲେ ।
ଏଥିରେ ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତା ଉପସ୍ଥିତ ହୋଇ କହିଥିଲେ ଯେ ଗତ ୨୩ ଜାନୁୟାରୀ ୧୯୯୯ ମସିହାରେ ଖ୍ରୀଷ୍ଟିୟାନ ପାଦ୍ରୀ ଗ୍ରାହମ୍ଷ୍ଟେନ୍ଙ୍କୁ ହତ୍ୟା କରାଯାଇଥିଲା । ସେହିଦିନଠାରୁ ଷଡଯନ୍ତ୍ରକାରୀ ହିସାବରେ ଦାରାସିଂ ୨୪ ବର୍ଷ ହେବ ଜେଲ୍ରେ ଅଛନ୍ତି । ଗତ ୨୩ ଅଗଷ୍ଟ ୨୦୦୮ ଜନ୍ମାଷ୍ଟମୀ ଦିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଅଥଚ ଷଡଯନ୍ତ୍ରକାରୀ ରାଜ୍ୟସଭା ଏମ୍ପି ଆଜି ଯାଏଁ ଗିରଫ ହୋଇନାହାଁନ୍ତି । ଆମ ଦେଶରେ ଖ୍ରିଷ୍ଟିୟାନ ଏବଂ ହିନ୍ଦୁଙ୍କ ପାଇଁ କଣ ଅଲଗା ଅଲଗା ନିୟମ ଅଛି କି ବୋଲି ଇଂ.ହୋତା ଇତ୍ୟବସରରେ ପ୍ରଶ୍ନ କରିଛନ୍ତି ।ତେଣୁ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବା ପାଇଁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ନିମନ୍ତେ ଆଜିର ସମ୍ମିଳନୀ ମାଧ୍ୟମରେ ବିନମ୍ର ନିବେଦନ କରିଛନ୍ତି ଇଂ.ହୋତା ।
ଏହି ସମ୍ମିଳନିରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ଉପସଭାପତି ନିରଞ୍ଜନ ସାହୁ, ସହ ସମ୍ପାଦକ ଶିବ ଶଙ୍କର ଦାସ, ଯୁବ ସଂଗଠକ ସ୍ଵାଧୀନ ସୁନ୍ଦର ଦାସ, ପ୍ରକାଶ ଚନ୍ଦ୍ର ସାମଲ, ବିଶ୍ଵ ରଞ୍ଜନ ସାମଲ, ଅଙ୍କନ ମହାନ୍ତି, ସର୍ବେଶ୍ଵର ମହାପାତ୍ର, ଅମିତ୍ ମହାନ୍ତି, ଜ୍ୟୋତି ପ୍ରକାଶ ସାହୁ ତଥା ରାହୁଲ୍ ଦେଭ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ମହାତ୍ମା ଦିଲ୍ଲେଶ୍ଵରାନନ୍ଦ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ “ପରମାତ୍ମା’ଙ୍କ ସାନିଧ୍ୟ ଲାଭକରିବାର ପ୍ରକୃତ ମାର୍ଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।ଭଦ୍ରକ ରୁ ସେଖ ଅବଦୁଲ ଫିତର ଙ୍କ ରିପୋର୍ଟ

