ଝାରସୁଗୁଡ଼ା :-
ଝାରସୁଗୁଡାସଡକ ଦୁର୍ଘଟଣାରେ ଭାଇ ଭଉଣୀ ମୃତ । ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ବସନ୍ତ ବିହାର ଛକରେ ଟ୍ରେଲର ଧକ୍କାରେ ଭାଇ ଭଉଣୀ ମୃତ ଏବଂ ୪ ମାସର ଭାଣେଜି ଗୁରୁତର । ମୃତକ ଛୁଆଲିବେର୍ଣ୍ଣା ଗ୍ରାମର ଅଞ୍ଜଳି ସାହୁ ଓ ତାଙ୍କ ଭାଇ ରୁପେଶ ସାହୁ ହୋଇଥିବାବେଳେ ଆହତ ଶିଶୁଟି ଅଞ୍ଜଳିଙ୍କ ୪ ମାସର ଝିଅ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ ଅଞ୍ଜଳି ତାଙ୍କ ଭାଇ ଏକ ବାଇକ ଯୋଗେ ନିଜ ଗାଁ ଛୁଆଲିବେର୍ଣ୍ଣାକୁ ଆସୁଥିବାବେଳେ ବଡ଼ମାଲ ବସନ୍ତବିହାର ଛକ ନିକଟରେ ସମ୍ବଲପୁର ପଟୁ ସୁନ୍ଦରଗଡ଼ ପଟକୁ ଦ୍ରୁତଗତିରେ ଯାଉଥିବା ଏକ ଟ୍ରେଲର ତାଙ୍କୁ ଧକ୍କା ଦେଇଥିଲା । ସ୍ତାନୀୟ ଲୋକେ ଉଦ୍ଧାର କରି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବାବେଳେ ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଛି ଏବଂ ବୁର୍ଲା ମେଡିକାଲରେ ଅଞ୍ଜଳିଙ୍କ ଭାଇ ରୁପେଶଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଆହତ ଶିଶୁ ଚିକିତ୍ସାଧୀନ ଥିବା ଜଣାପଡିଛି। ବ୍ୟୁରୋ ରିପୋର୍ଟ


E highway re sath khele da he route havy vechile pure control nina
ReplyDeleteTwon ship me Sab trailer ko 20 km per hour se Jane ka order Nikal na chahiye...
ReplyDelete