Type Here to Get Search Results !

ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ,ପଂଚାୟତ ରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଙ୍କ ବଲାଙ୍ଗିର ଗ


ବଲାଙ୍ଗିର :-

 ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ,ପଂଚାୟତ ରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ବଲାଙ୍ଗିର ଗସ୍ତ ରେ ଆସି ପୂର୍ବାହ୍ନ ରେ ସ୍ଥାନୀୟ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସଭା ଗୃହ ଠାରେ ବଲାଙ୍ଗିର ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜଳ ସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି , ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ,ସରକାରୀ ଉପ ମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ମେହେର , ଲୋଇସିଂହ। ବିଧାୟକ ଡ଼ ମୁକେଶ ମହାଲିଙ୍ଗ , ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ଦେବକୀ ସାହୁ , ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ,ଡି॰ ଏଫ॰ ଓ ଶ୍ରୀ ନିତୀଶ କୁମାର , ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରାଣା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସିଂ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜରିଆରେ ୨୦୨୨ -୨୩ ଆର୍ଥିକ ବର୍ଷରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ,ରୋଜଗାର ସୃଷ୍ଠୀ ,ଶ୍ରମ ଦିବସ ତଥା ବିନିଯୋଗ ହୋଇଥିବା ଅର୍ଥ, ଜିଲ୍ଲା ର ୬ ଗୋଟି ଦାଦନ ପ୍ରବଣ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଗ୍ରାମୀଣ ଆବାସ ,ପାନୀୟ ଜଳ ଯୋଗାଣ ଅନ୍ତର୍ଗତ ପାଇପ ଜଳ ଯୋଗାଣ, ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟ ର ଅଗ୍ରଗତି , ଓରମାସ , ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନ ଜରିଆରେ କାର୍ଯ୍ୟକାରୀ ହେଉଥିବା ଆୟ ସୃଷ୍ଠୀକାରୀ ଯୋଜନା , ମିଶନ ଶକ୍ତି ଜରିଆରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ବ୍ୟାଙ୍କ ସଂଯୋଗୀକରଣ ,ମିଶନ ଶକ୍ତି ଗୃହ ନିର୍ମାଣ ଓ ଅଙ୍ଗନବାଡି ଗୃହ ନିର୍ମାଣ ର ଅଗ୍ରଗତି , ୫ ‘ ଟି ରୂପାନ୍ତରଣ ବିଦ୍ୟାଳୟ ଗୁଡିକର କାର୍ଯ୍ୟ, ସ୍ଵଚ୍ଛ ଭାରତ ମିଶନ , ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଆଦି ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଡି॰ ଏଫ॰ ଓ ଶ୍ରୀ ନିତୀଶ କୁମାର ବଲାଙ୍ଗିର ଜଙ୍ଗଲ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ନରେଗା ଯୋଜନା ଜରିଆରେ କରାଯାଉଥିବା ଚାରାରୋପଣ , ୨୦୨୨ -୨୩ ଆର୍ଥିକ ବର୍ଷରେ ଚାରାରୋପଣ ର ଲକ୍ଷ୍ୟ ଓ ଅଗ୍ରଗତି , ବନୀକରଣ ସକାଶେ ଗ୍ରହଣ କରାଯାଉଥିବା ଅଭିନବ ବୈଷୟିକ ଜ୍ଞାନ କୌଶଳ , ଆମ ଜଙ୍ଗଲ ଯୋଜନା ର କାର୍ଯ୍ୟକାରିତା , ନଗର ବନ ଓ ନଗର ବାଟିକା ର ବିକାଶ , , ଆମ ଜଙ୍ଗଲ ଯୋଜନା ଜରିଆରେ ବନ ସୁରକ୍ଷା ସମିତି ମାଧ୍ୟମରେ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆୟ ସୃଷ୍ଠୀକାରୀ ଯୋଜନା, ଭିତ୍ତିଭୂମି ର ବିକାଶ , ଇକୋ – ପର୍ଯ୍ୟଟନ ର ବିକାଶ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଅର୍ପଣ କରିଥିଲେ । ସମୀକ୍ଷା ବୈଠକ ପୂର୍ବରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ପରିସରରେ ଓରମାସ ,ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ଜରିଆରେ ଗଠିତ ଉତ୍ପାଦକ ଗୋଷ୍ଠି , ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଦ୍ଵାରା ପ୍ରଦର୍ଶିତ କୃଷି ତଥା ଅଣ କୃଷି ସାମଗ୍ରୀ ର ପ୍ରଦର୍ଶନୀ ଷ୍ଟଲ କୁ ମନ୍ତ୍ରୀ ଶ୍ରୀଯୁକ୍ତ ଅମାତ ପରିଦର୍ଶନ କରି ଆୟୋଜକ ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.