କେନ୍ଦୁଝର / ଚମ୍ପୁଆ :-
ନିଉଣ୍ଡି ଗ୍ରାମ ଠାରେ ଓଡିଶା ଅନୁସୂଚିତ ଜନଜାତି ସଶକ୍ତିକରଣ ଏବଂ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ପ୍ଲସ, ଆଇ ଟି ଡି ଏ ଚମ୍ପୁଆ ଆନୁକୁଲ୍ୟରେ ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଜୟଶ୍ରୀ ମଲ୍ଲିକ ଙ୍କ ନିର୍ଦ୍ଦେଶକ୍ରମେ ମେଗା ପଶୁ ସ୍ବାସ୍ଥ୍ୟ ଶିବିର ସଫଳ ରୂପେ ଅନୁଷ୍ଠିତ ହୋଇଯାଇଛି।
ନିଉଣ୍ଡି ଏବଂ ନିକଟତମ ଅନେକ ଗ୍ରାମର ଶତାଧିକ ଗୃହ ପାଳିତ ପଶୁ ଯଥା ଗାଈ, ଛେଳି ଆଦି ଏହି କାର୍ଯ୍ୟକ୍ରମ ଦ୍ବାରା ବିନା ମୂଲ୍ୟରେ ଚିକିତ୍ସିତ ହୋଇପାରିଛନ୍ତି।
ଚମ୍ପୁଆ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଡ. ପୁରୁଷୋତ୍ତମ ମିଶ୍ର ଏବଂ ସର୍ଜନ ଡ. ପ୍ରକାଶ ଘଡେ଼ଇ ଙ୍କ ତତ୍ବାବଧାନରେ ଏବଂ ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତି ରେ ଏହି ଶିବିର ଟି ପରିଚାଳିତ ହୋଇଥିଲା। ବିଭିନ୍ନ ପ୍ରକାର ପଶୁ ଙ୍କ ପାଇଁ ଘର ଦୁଆରେ ଚିକିତ୍ସା ଏବଂ ଉତ୍ତମ ମୂଲ୍ୟବାନ ଔଷଧ ସବୁ ବିନାମୂଲ୍ୟରେ ପାଇ ଲୋକେ ଅନେକ ଖୁସି ବ୍ୟକ୍ତ କରିଥିଲେ। ଡାକ୍ତର ମାନେ ଚିକିତ୍ସା କରିବା ସହ ଗୃହ ପାଳିତ ପଶୁପକ୍ଷୀ ଙ୍କ ଯତ୍ନ ଓ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ପ୍ରତ୍ୟେକ ବିଷୟ ଲୋକଙ୍କୁ ବୁଝାଇ କହିଥିଲେ। ପଶୁ ପାଳନ କିପରି ଲାଭଜନକ ଏବଂ କିପରି ଜୈବିକ ସାର ଗାଈ, ଛେଳି ଙ୍କ ମଳ ମୂତ୍ର ରୁ ପ୍ରସ୍ତୁତ ହୁଏ ଏବଂ ଓ ଟି ଇ ଏଲ ପି ପ୍ଲସ କାର୍ଯ୍ୟକ୍ରମରେ ରେ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଛେଳି ପାଳନ, କୁକୁଡ଼ା ପାଳନ ର ସୁବିଧା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବିଷୟରେ ପ୍ରୋଗ୍ରାମ ଅଫିସର ଅମରେନ୍ଦ୍ର ରାଉତ ଓ ନିହାର ରଞ୍ଜନ ଟାକ୍ରୀ ଉପସ୍ଥିତ ଗ୍ରାମବାସୀ ଙ୍କୁ ଅବଗତ କରାଇଥିଲେ।
ଗ୍ରାମବାସୀ ଏବଂ ଉପକୃତ ଲୋକେ ଏଭଳି ଶିବିର ଅନୁଷ୍ଠିତ କରି ସୁବିଧା ଯୋଗେଇଥିବାରୁ, ପ୍ରକଳ୍ପ ପ୍ରଶାସକ ଓ ଟି ଇ ଏଲ ପି ପ୍ଲସ, ଆଇଟିଡିଏ ଚମ୍ପୁଆ, ଓ ଟି ଇ ଏଲ ପି ପ୍ଲସ ର କାର୍ଯ୍ୟକର୍ତ୍ତା ଏବଂ ଏହି ଅଞ୍ଚଳରେ ଓ ଟି ଇ ଏଲ ପି ପ୍ଲସ ର କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ଏସ୍ ଜି ଫାଉଣ୍ଡେସନ ଏନ ଜି ଓ ର କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀଙ୍କ ରିପୋର୍ଟ

