ଝାରସୁଗୁଡ଼ା :-
ଝାରସୁଗୁଡ଼ା ସହର ଉପକଣ୍ଠ ରେ ଥିବା ଶିଶୁଙ୍କ ସପିଙ୍ଗ ମଲ୍ ଫାଷ୍ଟ କ୍ରାଏ ର ପ୍ରଥମ ବାର୍ଷିକୋତ୍ସବ ପାଳନ ହୋଇ ଯାଇଛି। ଏହି ଅବସରରେ ବିଭିନ୍ନ ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ ଙ୍କୁ ନେଇ ଏହି ଉତ୍ସବ ପାଳିତ କରିଥିଲେ ସପିଙ୍ଗ ମଲ ର ମୁଖ୍ୟ ଶ୍ରୀମତୀ ଖୁସବୁ ପଟେଲ। ଏହାସହ ମଲ ରେ କାର୍ଯ୍ୟ ଦକ୍ଷତା ଅର୍ଜନ କରିଥିବା ଅନେକ କର୍ମଚାରୀ ମାନଙ୍କୁ ଏହି ଉତ୍ସବ ମାଧ୍ୟମରେ ସମ୍ବର୍ଦ୍ଧିତ କରା ଯାଇଥିଲା। ଶେଷରେ ଶ୍ରୀମତୀ ପଟେଲ ସମସ୍ତଙ୍କ ସହଯୋଗ କାମନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ଏହି ମଲ ପକ୍ଷରୁ ଏକ ୱେବସାଇଟ www.firstcry.com ଖୋଲା ଯାଇଛି ଯାହା ଫଳରେ ଗ୍ରାହକ ମାନେ ନିଜ ଚାହିଦା ମୁତାବକ ଦେଶର ବିଭିନ୍ନ ପ୍ରାନ୍ତରୁ ଅର୍ଡର କରି ପାରିବେ। ବ୍ୟୁରୋ ରିପୋର୍ଟ


Congratulations to fastcry
ReplyDelete