ପଦ୍ମପୁର :-
କୋଡିଏ ଘର ରଜକ ସମାଜ ର ଆଞ୍ଚଳିକ ବୈଠକ ସ୍ଥାନୀୟ RMC ଗୋରୁ ବଜାର ପ୍ରାଙ୍ଗଣରେ ସମସ୍ତ ବ୍ଲକ ସଭାପତି ଏବଂ ସମ୍ପାଦକ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଆଞ୍ଚଳିକ କମିଟି ଉପ ସଭାପତି ଶ୍ରୀ ଯୁକ୍ତ ପାନଲାଲ ସେଠ ଙ୍କ ସଭାପତି ତ୍ବ ରେ ଆଯୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଅଞ୍ଚଳ ସଭାପତି ଶ୍ରୀଯୁକ୍ତ ଭିକାରୀ ଚରଣ ସେଠ ଓ ବରିଷ୍ଠ ଜିଲ୍ଲା ଉପଦେଷ୍ଟା ସଦସ୍ୟ ଶ୍ରୀ ଯୁକ୍ତ ଧନବୀର ସେଠ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି ଥିଲେ ।ଅଞ୍ଚଳ ସମ୍ପାଦକ ଶ୍ରୀଯୁକ୍ତ ଅଚୁତାନନ୍ଦ ସେଠ ଏବଂ ଜିଲ୍ଲା ସମୀକ୍ଷକ ଶ୍ରୀଯୁକ୍ତ ବୈଶାଖୁ ସେଠ ସମ୍ମାନିତ ଅତିଥି ଭାବେ ମାର୍ଗ ଦର୍ଶନ କରି ଥିଲେ ।ଉକ୍ତ ବୈଠକରେ ରଜକ ସମାଜ ର ଏକତା ,ଅଖଣ୍ଡତା ତଥା ସୁଦୃଢୀ କରଣ ଉପରେ ଆଲୋଚନା କରାଯାଇଥିଲା ।ରଜକ ସମାଜ ର ଯୋଗ୍ୟ ହିତାଧିକାରୀ ଙ୍କ ପାଖକୁ ସରକାରୀ ଯୋଜନା ପହଞ୍ଚାଇବା ଉପରେ ସାମୁହିକ ଉଦ୍ୟମ ପାଇଁ ନିଷ୍ପତ୍ତି ହୋଇଥିଲା। ସମାଜ ର ନିସ୍ତର ରେ ଥିବା ବ୍ୟକ୍ତି ଙ୍କ ଅସୁବିଧା ସମାଜ ରେ ଅବଗତ ତଥା ପାରୁ ପର୍ଯନ୍ତ ସାହାଯ୍ୟ କରିବା ଉପରେ ଗୁରୁତ୍ଵ।ରୋପ କରାଯାଇଥିଲା ।ଉକ୍ତ ବୈଠକରେ ବରଗଡ଼ ଜିଲ୍ଲା ସହ ସମ୍ପାଦକ ଶ୍ରୀ ଶ୍ରବଣ ସେଠ,ଦହିତା ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଶରତ ସେଠ,ସୋହେଲା ବ୍ଲକ ସଭାପତି ଶ୍ରୀଯୁକ୍ତ ଦୟା ସାଗର ସେଠ,ଲଖମରା ମଣ୍ଡଳ ଶ୍ରୀଯୁକ୍ତ ରୁଦ୍ର ମାଧବ ସେଠ ଉପସ୍ଥିତ ଥିଲେ । ପରି ଶେଷରେ ଅଞ୍ଚଳ ସମ୍ପାଦକ ଶ୍ରୀ ଯୁକ୍ତ ଅଚୁତା ନନ୍ଦ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

