ପଦ୍ମପୁର :-
ପଦ୍ମପୁର ଉପଖଣ୍ତ ମିଠାପାଲି ଗ୍ରାମ ପଞ୍ଚାୟତ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମରଣଯନ୍ତା ହୋଇଛି ।ରାସ୍ତାରେ ଛାତ୍ରଛାତ୍ରୀ,ମହିଳା,ବୃଦ୍ଧ ବୃଦ୍ଧାମାନେ ଯାତାୟତ କରିଥାନ୍ତି । ପାଇକମାଲ ଠାରେ ବ୍ୟାଙ୍କ,କଲେଜ,ତହସିଲ ଅଫିସ,ସ୍ବାସ୍ଥ୍ୟକେନ୍ଦ୍ର,ଏଟିଏମ,ଥାନା,ବ୍ଲକ,ଟ୍ରେଜେରୀ,ଅଗ୍ନିଶମ,କୃଷି ବିଭାଗ କାର୍ଯ୍ୟାଳୟ ସହ ଅନେକ ସରକାରୀ ବେସରକାରୀ ପ୍ରତିଷ୍ଠାନ ରହିଛି।ଅନ୍ୟତ୍ର ଯିବାକୁ ହେଲେ ଏହି ରାସ୍ତା ଦେଇ ପାଇକମାଲକୁ ଆସିବାକୁ ହୁଏ । କିନ୍ତୁ ନିମ୍ନମାନର କାମ ହୋଇଥିବାରୁ ରାସ୍ତାରେ ସାଇକେଲ,ବାଇକ କିମ୍ବା ପଥଚାରୀ ଆସିବାକୁ ଅସୁବିଧା ହେଉଛି ।ପିଚୁ ଉଠିଯାଇ ଖାଳଖମା ହୋଇଥିବାରୁ ଅନେକ ଦୁର୍ଘଟଣା ହେଉଛି । ମରାମତି ପାଇଁ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଉଚ୍ଚ ପଦାଧିକାରୀମାନେ ରାସ୍ତାର ଅସୁବିଧା ଦେଖି ନୀରବ ରହୁଛନ୍ତି । ରୋଗୀ, ପ୍ରସୂତି ମହିଳା କିମ୍ବା କୌଣସି ଦୁର୍ଘଟଣାରେ ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଏ । ରାସ୍ତା କାମ ନିମ୍ମ ମାନର କରାଯାଇ ବ୍ୟାପକ ଅର୍ଥ ହରିଲୁଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ସଂପୃକ୍ତ ରାସ୍ତାକାମର ମାନ ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।କଟଙ୍ଗପାଲି ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ତୁରନ୍ତ ତଦନ୍ତ କରି ଠିକାଦାରଙ୍କ ବିରୁଦ୍ଧ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।ସୂଚନା ଯୋଗ୍ୟ ଯେ,ସଂପୃକ୍ତ ଠିକାଦାର ନାମରେ ମାଳ ମାଳ ଅଭିଯୋଗ ଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଚୂପ ରହିବା ଘଟଣା ସନ୍ଦେହ ଘେରରେ ରହିଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ