Type Here to Get Search Results !

ପୁତୁରା ର କୁରାଢି ଚୋଟରେ ଖୁଡିଙ୍କ ମୂର୍ତୁ , ପରେ ଅଭିଯୁକ୍ତ ର ଆତ୍ମହତ୍ୟା

  


ଜଗତସିଂହପୁର :-

ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକସୁଦ୍ଧ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଯାଏଚି। ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ପୁତୁରା ର କୁରାଢି ଚୋଟରେ ଖୁଡୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତାପରେ ମାନସିକ ଭାରସାମ୍ୟ ହରାଇ ଅଭିଯୁକ୍ତ ପୁତୁରା ଦେବୀପ୍ରସାଦ ଜେନା ଗାଁ ଶେଷ ମୁଣ୍ଡରେ ଥିବା ଏକ ଗଛରେ ରସୀ ଲଗେଇ ଆତ୍ମହତ୍ୟା କରିଥିବାର ଦେଖା ଯାଇଛି। ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଆଜି ସକାଳ 9ଟା ସମୟରେ ଖୁଡି ଲିପ୍ସା ଜେନା ଘରର ପଛପଟକୁ ଅଳିଆ ପକେଇବାକୁ ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୁତୁରା ଏକ କୁରାଢି ସାହାଯ୍ୟ ରେ ମୁଣ୍ଡକୁ ଆକ୍ରମଣ କରିଥିଲା ଯାହା ଫଳରେ ଲିପ୍ସା ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅଭିଯୁକ୍ତ ପୁତୁରା ର ବାପା ଓ ମା ଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ଜଗତସିଂହପୁର ରୁ ସଞ୍ଜୀବ ସାହୁ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.