Type Here to Get Search Results !

ବିଜେଡିର ବହୁ ତୁଙ୍ଗନେତା ବିଜେପିର ସଦସ୍ଯତା ଗ୍ରହଣ କଲେ

  


ପଦ୍ମପୁର :-

ବିଜୁ ଜନତା ଦଳର ବହୁ ତୁଙ୍ଗନେତା ଦଳ ପ୍ରତି ବିତସ୍ପୃହା ହେବା ସହ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ସଦସ୍ଯତା ଗ୍ରହଣ କରିଛନ୍ତି । କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପ୍ରରବର୍ତ୍ତୀ ସମୟରେ ବିଜେପିର ମିଶ୍ର ପର୍ବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ପାଇକମାଲ ସ୍ଥିତ ପୁରୋହିତ ଫାର୍ମା ହାଉସ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ,ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଶ୍ରୀ ରାଜ କୁମାର ତ୍ରିବେଦୀ,ଆଇନଜୀବୀ ଶ୍ରୀ ରାଜ କୁମାର ସାହୁଙ୍କ ଉପସ୍ଥିତରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀ ଶୁଶାନ୍ତ ନାଗ,ଦିବାକର ତାଣ୍ତି,ଅଜୟ ସେଠ,ଦାମ ମିର୍ଦ୍ଧା,ରଣଜିତ ସେଠ,ଶିବା ଡନସନା,ନରେଶ ବାରିକ,ଅଲେଖ ହରପାଲ,କିଶୋର କୁମାର ବାଗ,ରାଜେଶ କୁମାର ଶର୍ମା,ଜିତେନ୍ଦ୍ର ହରିପାଲି,ଆକାଶ ବହିଦାର,ଭୋଲାନାଥ ପୋଢ,ମହାଦେବ ଚାନ୍ଦ,ମୁକେଶ ସାହୁ,ଗୋପାଳ ଶର୍ମା,ଅଜୟ ତାଣ୍ତି,ତରଣୀ ସେଠ,ଚୈତନ୍ୟ ବରିହା,ସୁବନ ସିଦ୍ଧାର,ଡେଲେଶ୍ବର ରାଉତ,ଅନିଳ କୁମାର ସେଠ,ଦିବ୍ଯ କୁମାର ନାୟକ,ସୁରେଶ ନାଗ,ରତଣୀ ସାହୁ,ତୀର୍ଥ ପାଣ୍ତେ,ସୁବାଷ ପଟେଲଙ୍କ ସମେତ ଶତାଧିକ ବିଜେପିର ସଦସ୍ଯତା ଗ୍ରହଣ କରିଛନ୍ତି । କୋଭିଡ କଟକଣା ପରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବେଲି ପାଇକମାଲ ବ୍ଲକ ବିଜେପି ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ ସୂଚନା ଦେଇଛନ୍ତି । ବିଜେଡିର ଏହି ତୁଙ୍ଗନେତା ମାନଙ୍କ ବିଜେପିରେ ଯୋଗଦାନ ଦ୍ବାରା ପାଇକମାଲ ବ୍ଲକରେ ଭାରତୀୟ ଜନତା ପାର୍ଟିର ସଙ୍ଗଠନ ଆହୁରି ଦୃଢ ହେବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଦୃଢ ମତ ପ୍ରକାଶ କରିଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.