Type Here to Get Search Results !

ଭି.ଏସ.ଏସ. ବିମାନବନ୍ଦର ଝାରସୁଗୁଡ଼ାର ଉନ୍ନୟନ ପାଇଁ ଏ.ଏ.ଆଇ. ଅନୁମୋଦନ


ନୂଆଦିଲ୍ଲୀ/ଝାରସୁଗୁଡ଼ା :-

ଭି.ଏସ.ଏସ. ବିମାନବନ୍ଦର, ଝାରସୁଗୁଡ଼ାର ଆଧୁନିକୀକରଣ ଓ ବିସ୍ତାର ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (AAI) ତରଫରୁ ଅନୁମୋଦନ ମିଳିଛି। ଏ.ଏ.ଆଇ. ଅଧ୍ୟକ୍ଷ ନୂଆଦିଲ୍ଲୀ ରାଜୀବ ଗାନ୍ଧୀ ଭବନରୁ ସିଧାସଳଖ ଏହି ପ୍ରକଳ୍ପକୁ ନିଜ ନିୟନ୍ତ୍ରଣ ରେ ରଖିଛନ୍ତି।

ଗତ ମାସରେ ଅଧ୍ୟକ୍ଷଙ୍କ ଝାରସୁଗୁଡ଼ା ସ୍ପଟ ଭିଜିଟ ପରେ ତାଙ୍କ ପରିକଳ୍ପନା ଟିମ ଦ୍ୱାରା ପ୍ରସ୍ତୁତ ସଂୟୁକ୍ତ ଉନ୍ନୟନ ଓ ବିସ୍ତାର ପ୍ରକଳ୍ପ ଏବେ ଅନୁମୋଦିତ ହୋଇଛି। ଏହା ଅନୁସାରେ ୩୨୦୦ ମିଟର ରନୱେ ର କାମ ଚାଲିଛି ଓ ଦୁଇଟି ଆଧୁନିକ ଟର୍ମିନାଲ୍ ବିଲ୍ଡିଂ ସହିତ ଏରୋବ୍ରିଜ୍ ସୁବିଧା ଅନୁମୋଦିତ ହୋଇଛି।

ଏହି ପ୍ରକଳ୍ପ ଦ୍ୱାରା ବିମାନବନ୍ଦରର ସମଗ୍ର ଆଧୁନିକୀକରଣ ହେବା ସହିତ ଯାତ୍ରୀ ସୁବିଧା ବହୁଗୁଣା ବୃଦ୍ଧି ପାଇବ। ଏ.ଏ.ଆଇ. ମୁଖ୍ୟ କାର୍ଯ୍ୟାଳୟ ତରଫରୁ ମିଳିଥିବା ନୂଆ ଆଦେଶ ଅନୁଯାୟୀ ଶୀଘ୍ର ହିଁ ନୂଆ ଟର୍ମିନାଲ ନିର୍ମାଣ ଓ ଅନ୍ୟାନ୍ୟ ମୁଖ୍ୟ କାମ ଆରମ୍ଭ ହେବ। ଏହା ଓଡ଼ିଶାର ପଶ୍ଚିମ ଅଞ୍ଚଳ ପାଇଁ ଏକ ବିଶାଳ ପଦକ୍ଷେପ ବୋଲି ଗଣାଯାଉଛି।



Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.