Type Here to Get Search Results !

ପିପିଲି ଥାନା ଅଞ୍ଚଳରେ ଲଜ୍ୟାଜନକ ଘଟଣା – ନର୍ସିଙ୍ଗ ଛାତ୍ରୀଙ୍କୁ ନିଶା ଦେଇ ଅଶୀଳ ଭିଡିଓ ରେକଡିଂ

 


ପିପିଲି :

ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଓ ମାନବତାକୁ ଲଜ୍ଜିତ କରାଇବା ଘଟଣା ଘଟିଛି। ସୂଚନା ଅନୁସାରେ, ଏକ 19 ବର୍ଷିୟ ବିଏସସି ନର୍ସିଙ୍ଗ ଛାତ୍ରୀକୁ ପିପିଲି ବିଜ୍ଞାପିତ ଅଞ୍ଚଳର ଜଣେ ଯୁବକ ଖାଦ୍ୟରେ ନିଶା ଦେଇ ଅଶୀଳ ଭିଡିଓ ରେକଡିଂ କରିଥିଲେ। ପରେ ସେହି ଭିଡିଓ ଭିତରୁ ଛାତ୍ରୀଙ୍କୁ ଭୟଭୀତ କରି ବ୍ୟାପକ ଅର୍ଥ ଓ ସୁନା ଗହଣା ଲୁଟି ନେଇଥିଲେ।

ଘଟଣା ପରେ ଛାତ୍ରୀ ଅସହ୍ୟ ହୋଇ ପରିବାରକୁ ଜଣାଇଥିଲେ, ଯାହା ପରେ ପରିବାର ପିପିଲି ଥାନାରେ ଅଭିଯୋଗ କରିଥିଲା। ତଥାପି, ପୋଲିସ ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ରଫାଦଫା ପ୍ରୟାସ କରିଥିବା ଅଭିଯୋଗ ଉଠିଛି। ଏହି ସୁଯୋଗ ନେଇ, ଯୁବକ ଜଣେ ଗତ 28 ତାରିଖରେ ଫେକ୍‌ ଇନଷ୍ଟାଗ୍ରାମ ଆଇଡି ଖୋଲି, ସେହି ଅଶୀଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏହା ସହିତ ସେ ଛାତ୍ରୀଙ୍କୁ ହତ୍ୟା ଧମକ ଦେଇଥିବାରୁ, ଛାତ୍ରୀ ମନୋବଳ ହାରି ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ପରିବାର ଏହା ନେଇ ପୁଣିଥରେ ଥାନାରେ ଅଭିଯୋଗ କରିଛନ୍ତି। ପିପିଲି ପୋଲିସ ମାମଲା ଆଗତ କରିଥିଲେ ମଧ୍ୟ, ସମ୍ପୃକ୍ତ ଯୁବକ ଜଣକୁ ଏପର୍ଯ୍ୟନ୍ତ ଗିରଫ କରିନଥିବାରୁ ଅଞ୍ଚଳରେ ଅସନ୍ତୋଷ ଓ ଚର୍ଚ୍ଚା ସୃଷ୍ଟି ହୋଇଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.