ଦର୍ଲିପାଲି:
ଦର୍ଲିପାଲି ଏନଟିପିସି ସୁପର ଥର୍ମାଲ ପାୱାର ଷ୍ଟେସନ ତରଫରୁ ୧୭ ଅକ୍ଟୋବର ୨୦୨୫ ତାରିଖରେ ଜିଲ୍ଲାସ୍ତରୀୟ ମକ୍ ଅଭ୍ୟାସ-୨୦୨୫ ଆୟୋଜିତ କରାଯାଇଥିଲା । ଏହି ଅଭ୍ୟାସଟି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ଡିଡିଏଫ୍ ଆର୍ (ରାଉରକେଲା ବିଭାଗ), ଓ ନ୍ୟାସନାଲ ଡିଜାଷ୍ଟର ରିସପୋନ୍ସ ଫୋର୍ସ (ଏନଡିଆରଏଫ୍), ତୃତୀୟ ବଟାଲିଅନ, କଟକ ସହ ମିଶିତି ଆୟୋଜନ କରାଯାଇଥିଲା ।
ଏହି ଅଭ୍ୟାସର ଲକ୍ଷ୍ୟ ଥିଲା ବିପଦ ପ୍ରସ୍ତୁତିକୁ ସୁଦୃଢ କରିବା, ବିଭିନ୍ନ ସଂସ୍ଥାଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ଓ ଜନସାଧାରଣଙ୍କ ମଧ୍ୟରେ ଜାଗୃକତା ଆଣିବା । ଏହି ବିଶାଳ ମକ୍ ଡ୍ରିଲ୍ରେ ଏନଡିଆରଏଫ୍, ଏନଟିପିସି ଏମର୍ଜେନ୍ସି ଇଉନିଟ୍, ସିଆଇଏସଏଫ୍ (ଅଗ୍ନି ଓ ସୁରକ୍ଷା ବିଭାଗ), ଜିଲ୍ଲା ଅଗ୍ନି ବିଭାଗ ଓ ଓଡିଆରଏଫ୍ ଦଳ ଅଂଶଗ୍ରହଣ କରିଥିଲେ ।
ଅବସରଟିରେ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ସୁରଜ କୁମାର ପଟ୍ଟନାୟକ, ଡିଡିଏଫ୍ବି (ରାଉରକେଲା) ଅଧିକାରୀ ଶ୍ରୀ ବିଭୁ ପ୍ରସାଦ, ଉପ-ଜିଲ୍ଲାପାଳ (ଏମର୍ଜେନ୍ସି) ଶ୍ରୀ ଅଶ୍ୱିନ କୁମାର ପଣ୍ଡା, ଡିପିଓ (ଓଏସଡିଏମଏ) ଶ୍ରୀମତୀ ସୁଜାତା ତିର୍କି ଓ ଏନଟିପିସି ଦର୍ଲିପାଲିର ଅନ୍ୟାନ୍ୟ ଅଧିକାରୀବୃନ୍ଦ ।
ଅଭ୍ୟାସଟିକୁ ସଫଳ ଭାବେ ସମନ୍ୱୟ କରିଥିଲେ ଶ୍ରୀ ପି.କେ.ଏମ୍. ତ୍ରିପାଠୀ, ଏଜିଏମ୍ (ସେଫ୍ଟି) ଓ ଧନ୍ୟବାଦ ଜଣାଇଥିଲେ ଶ୍ରୀ ଏ. ମହାନ୍ତି, ଡିଜିଏମ୍ (ସେଫ୍ଟି)।
ଏନଟିପିସି ଦର୍ଲିପାଲି ସଦା ସୁରକ୍ଷା, ସହଯୋଗ ଓ ବିପଦ ପ୍ରସ୍ତୁତି ସଂସ୍କୃତିକୁ ଉନ୍ନତ କରିବାରେ ପ୍ରତିବଦ୍ଧ ରହିଛି ।

