Type Here to Get Search Results !

ଏବେ ଚେକ୍ କ୍ଲିୟାରିଂ ହେବ ତୁରନ୍ତ – ସେଇ ଦିନେ ଖାତାରେ ଆସିବ ଟଙ୍କା

 


ଭୁବନେଶ୍ୱର :-

ଆରବିଆଇ (RBI) ର ନୂଆ ନିୟମ ଅନୁସାରେ ଆସନ୍ତା ଜାନୁଆରୀ ୩, ୨୦୨୬ ରୁ ଦେଶର ସମସ୍ତ ବ୍ୟାଙ୍କରେ ଚେକ୍ କ୍ଲିୟାରିଂ ବ୍ୟବସ୍ଥା ଅଧିକ ତ୍ୱରିତ ହେବ। ଏବେ ଠାରୁ ବ୍ୟାଙ୍କ ଗୁଡ଼ିକ ସେଇ ଦିନେ ଚେକ୍ ପାସ କିମ୍ବା ରିଟର୍ନ କରିଦେବେ ଓ ଗ୍ରାହକଙ୍କ ଖାତାରେ ଟଙ୍କା ସେହି ଦିନେ ଜମା ହେବ। ଅର୍ଥାତ୍, ଚେକ୍ ଦେଲେ କେବଳ କିଛି ଘଣ୍ଟା ମଧ୍ୟରେ ଟଙ୍କା ଆସିଯିବ।

ଏହି ପଦକ୍ଷେପ ଫଳରେ ଗ୍ରାହକମାନେ ଶୀଘ୍ର ଟଙ୍କା ପାଇବେ, ବ୍ୟାଙ୍କିଂ ସୁବିଧା ଆଉ ଆସାନ ହେବ ଓ ଟ୍ରାଞ୍ଜାକ୍ସନ ଡିଲେ ହେବ ନାହିଁ। ଚେକ୍ କ୍ଲିୟାରିଂ ପ୍ରକ୍ରିୟା ଦିନକୁ ଦିନ ତେଜ ହେଉଥିବା ବେଳେ ଗ୍ରାହକଙ୍କୁ ଆରବିଆଇ ପକ୍ଷରୁ ଅନୁରୋଧ — ଚେକ୍ ଇସ୍ୟୁ କରିବା ପୂର୍ବରୁ ନିଜ ଖାତାରେ ପର୍ଯ୍ୟାପ୍ତ ବ୍ୟାଲାନ୍ସ ରଖନ୍ତୁ, ନହେଲେ ଚେକ୍ ବାଉନ୍ସ ହେବ।

ଆରବିଆଇ ପକ୍ଷରୁ ଜାଣାଯାଇଛି, “ଜାଣକାର ହୁଅନ୍ତୁ, ସତର୍କ ରୁହନ୍ତୁ”। ଅଧିକ ସୂଚନା ପାଇଁ ନିଜ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ କିମ୍ବା www.rbi.org.in ୱେବସାଇଟ୍ ଦେଖନ୍ତୁ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.