Type Here to Get Search Results !

କର୍ଣ୍ଣେଲ ସୋଫିଆଙ୍କୁ ନେଇ ବିବାଦୀୟ ବୟାନ, ମନ୍ତ୍ରୀ ବିଜୟ ଶାହ ଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେଲା ହାଇକୋର୍ଟ

 


ନିଜକୁ ଅତି ଶିକ୍ଷିତ ଦର୍ଶାଇ ଦେଇଦେଲେ ବିବାଦୀୟ ମନ୍ତବ୍ୟ। ରାଜନୀତି କରିବା ଚକ୍କର ରେ ସେନାକୁ ନେଇ ଦେଇଦେଲେ ବିବାଦୀୟ ମନ୍ତବ୍ୟ। ମୂର୍ଖାମୀ ଭାଷଣ ରେ ଫସିଗଲେ ମନ୍ତ୍ରୀ। ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ଏକ ମନ୍ତବ୍ୟ ଦେଇ ବିବାଦରେ ଘେରିଯାଇଛନ୍ତି। ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ, ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ମନ୍ତବ୍ୟର ସ୍ୱତଃ ତଦନ୍ତ କରିଛନ୍ତି। କୋର୍ଟ ବିଜୟ ଶାହଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ମଧ୍ୟପ୍ରଦେଶର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ ବିଜୟ ଶାହ କ୍ଷମା ମାଗିଛନ୍ତି। କିନ୍ତୁ ହଙ୍ଗାମା ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ତୀବ୍ର ପ୍ରତିବାଦ କରୁଛି। ଜିତୁ ପଟୱାରୀଙ୍କ ସମେତ ବହୁ କଂଗ୍ରେସ ନେତା ଏବଂ କର୍ମୀ ଶ୍ୟାମଳା ହିଲ୍ସ ଥାନାରେ ପହଞ୍ଚିଥିଲେ। କଂଗ୍ରେସ କହିଛି ଯେ, ବିଜୟ ଶାହଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହେବା ଉଚିତ୍। କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ମନ୍ତ୍ରୀଙ୍କ ବିବାଦୀୟ ବୟାନ ସମ୍ପର୍କରେ ବିଜେପି ରାଜ୍ୟ ସଭାପତି ଭିଡି ଶର୍ମା କହିଛନ୍ତି ଯେ, ବିଜେପି ନେତୃତ୍ୱ ସମ୍ବେଦନଶୀଳ। ଏହି ପ୍ରସଙ୍ଗରେ ଏକ ଦୃଢ଼ ବାର୍ତ୍ତା ଦିଆଯାଇଛି। ଏକ ଚେତାବନୀ ମଧ୍ୟ ଦିଆଯାଇଛି। ବିଜେପି ଏପରି ମନ୍ତବ୍ୟକୁ ଅନୁମତି ଦିଏ ନାହିଁ। କଂଗ୍ରେସ କ’ଣ କରେ ଏବଂ କ’ଣ କୁହେ? ମୋତେ ଏ ବିଷୟରେ କହିବାର ଆବଶ୍ୟକତା ନାହିଁ। କର୍ଣ୍ଣେଲ ସୋଫିଆ ସମଗ୍ର ଦେଶର ଝିଅ।

ଘଟଣା ଅନୁସାରେ ମନ୍ତ୍ରୀ ବିଜୟ ଶାହା ଏକ କାର୍ଯ୍ୟକ୍ରମରେ କହିଥିଲେ, ଯେଉଁମାନେ ଆମ ଝିଅମାନଙ୍କର ସିନ୍ଦୂର ପୋଛି ଦେଇଥିଲେ। ଆମେ ସେମାନଙ୍କ ଭଉଣୀଙ୍କୁ ସେମାନଙ୍କ ପାଖକୁ ପଠାଇ ପିଟିଲୁ। ତାଙ୍କ ମୁହଁରୁ ଏହି ଶବ୍ଦଗୁଡ଼ିକ ବାହାରିବା ମାତ୍ରେ ସେଠାରେ ହଙ୍ଗାମା ହୋଇଥିଲା ଏବଂ ମନ୍ତ୍ରୀ ନିଜ କଥାକୁ ନେଇ ପଛକୁ ହଟିଥିଲେ। ପରବର୍ତୀ ସମୟରେ ସେ କହିଥିଲେ, କର୍ଣ୍ଣେଲ ସୋଫିଆ ଜଣେ ପ୍ରକୃତ ଭଉଣୀ ଅପେକ୍ଷା ଅଧିକ ସମ୍ମାନିତ। ମୁଁ ତାଙ୍କୁ ପ୍ରଣାମ କରୁଛି। ଯଦି ମୋର ବକ୍ତବ୍ୟ ଦ୍ୱାରା କାହାକୁ ଆଘାତ ଲାଗିଛି, ତେବେ ମୁଁ ୧୦ ଥର କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି।


Post a Comment

0 Comments
* Please Don't Spam Here. All the Comments are Reviewed by Admin.