Type Here to Get Search Results !

ଜନ୍ମଦିନ ହେଲା ଜୀବନର ଶେଷଦିନ

 


ଶପଲ୍ଲା :- 

ଜନ୍ମଦିନ ହେଲା ଜୀବନର ଶେଷଦିନ । ଦୁର୍ଘଟଣାରେ ଚାଲିଗଲା ଭେଣ୍ଡିଆ ପୁଅର ଜୀବନ । ଘରର ରୋଜଗାରିଆ ପୁଅକୁ ହରାଇ ବାପା,ମା,ଭାଇ, ସାହି ପଡିଶା ସଭିଏଁ ଦୁଃଖରେ ହୋଇପଡିଛନ୍ତି ମ୍ରିୟମାଣ । ତେବେ ୪ ଦିନପରେ ଗତକାଲି ଗାଁକୁ ଫେରିଥିଲା ପୁଅର ମୃତଶରୀର । ଗାଁରେ ମୃତଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଯାହା ସୂଚନା ମିଳିଛି, ବିଘ୍ନ ବିନାଶକଙ୍କ ପୂଜା ଅର୍ଥାତ୍ ଗଣେଶ ପୂଜା ଦିନ ଥିଲା ଶ୍ରୀକାନ୍ତଙ୍କ ଜନ୍ମଦିନ । ଶ୍ରୀକାନ୍ତ ଗୁଜୁରାଟର ଅହମ୍ମଦବାଦ ନିକଟବର୍ତ୍ତୀ ଭୂଜରେ ରହି ଚାକିରି କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତେବେ ଗଣେଶ ପୂଜା ଦିନ ଶ୍ରୀକାନ୍ତଙ୍କ ଜନ୍ମଦିନ ଥିବାରୁ ଜନ୍ମଦିନ ପାଳନ ପାଇଁ ସେ ସାଙ୍ଗମାନଙ୍କ ସହ ଚିକେନ୍ ଆଣିବାକୁ ଯାଇଥିଲେ । ବାଇକ୍ ଯୋଗେ ଚିକେନ୍ ନେଇ ଫେରୁଥିବାବେଳେ ଅଧା ରାସ୍ତାରେ ଏକ ମଇଁଷୀ ଶ୍ରୀକାନ୍ତଙ୍କ ଗାଡ଼ି ସାମ୍ନାକୁ ଆସିଯିବାରୁ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଶ୍ରୀକାନ୍ତଙ୍କ ସହ ଯାଉଥିବା ତାଙ୍କ ସାଙ୍ଗର ହାତ, ଗୋଡ଼ ଭାଙ୍ଗିଯାଇଥିବା ବେଳେ ଶ୍ରୀକାନ୍ତଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସଙ୍ଗେସଙ୍ଗେ କିଛି ସ୍ଥାନୀୟ ଲୋକ ପହଁଚି ନିକଟରେ ଥିବା ଏକ ହସ୍ପିଟାଲରେ ତାଙ୍କୁ ଭର୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିଲା । 



Post a Comment

0 Comments
* Please Don't Spam Here. All the Comments are Reviewed by Admin.