Type Here to Get Search Results !

ଅସହାୟ ଶିଶୁ ଦ୍ୱୟ ଉଦ୍ଧାର

 


ଝାରସୁଗୁଡା :- 

ଗତ ରବିବାର ରାତି ପ୍ରାୟ ୯ଟା ରେ ଝାରସୁଗୁଡାର ଏକ ମହିଳା ଯାତ୍ରି ଝାରସୁଗୁଡା ରେଳ ଷ୍ଟେସନରେ ଦୁଇଟି କନ୍ୟା ଶିଶୁ(ଏକ ୩ ବର୍ଷୀୟା ଏବଂ ଏକ ୨ ବର୍ଷୀୟା)କାନ୍ଦୁଥିବାରୁ ସେମାନଙ୍କୁ ନେଇ ରେଳବାଇ ସୁରକ୍ଷା ପୋଲିସ ପୋଷ୍ଟ ରେ ଜିମା ଦେଇଥିଲେ l ରେଳବାଇ ସୁରକ୍ଷା ପୋଲିସ ପୋଷ୍ଟ ଶିଶୁ ମଙ୍ଗଳ କମିଟିଙ୍କୁ ସୂଚନା ପ୍ରଦାନ କରି ଶିଶୁ ଦ୍ୱୟଙ୍କୁ ମୁକ୍ତାଶ୍ରୟକୁ ହସ୍ତାନ୍ତର କରିଥିଲା l ଶିଶୁ ଦ୍ୱୟଙ୍କୁ ଶିଶୁ ମଙ୍ଗଳ  କମିଟିରେ ହାଜର କରାଯିବା ପରେ ଶିଶୁ ଦ୍ୱୟ କିଛି କହୁ ନ ଥିବାରୁ ତାଙ୍କର ଠିକଣା ଓ ପରିଚୟ ଜଣା ପଡ଼ିନାହିଁ l ଶିଶୁ ଦ୍ୱୟଙ୍କୁ ସାମୟିକ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରେ ରଖାଯାଇଥିବା ନେଇ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି l ଶିଶୁ ଦ୍ୱୟଙ୍କ ପରିବାର ବର୍ଗ କିମ୍ବା ଶିଶୁ ଦ୍ୱୟଙ୍କ ସମ୍ପକରେ ଜାଣିଥିବା ବ୍ୟକ୍ତି ଶିଶୁ ମଙ୍ଗଳ କମିଟି କିମ୍ବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହ  ଯୋଗାଯୋଗ କରିବାକୁ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପଣ୍ଡା ଅନୁରୋଧ କରିଛନ୍ତି l



Post a Comment

0 Comments
* Please Don't Spam Here. All the Comments are Reviewed by Admin.