Type Here to Get Search Results !

ପରଦାରେ କ୍ରିକେଟ ଖେଳିବେ ଅଜୟ ଦେବଗନ, ଏହି କ୍ରିକେଟରଙ୍କ ଭୂମିକାରେ ଆସିବେ ନଜର l

 


ନୂଆଦିଲ୍ଲୀ:-

 ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା ତିଗ୍ମାଂଶୁ ଧୁଲିଆ ଖୁବ୍ ଶୀଘ୍ର କ୍ରୀଡା ଉପରେ ଆଧାରିତ ଏକ ଫିଲ୍ମ ଆଣିବାକୁ ଯାଉଛନ୍ତି। କ୍ରିକେଟରଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଲିଉଡ୍ର ସିଙ୍ଘମ୍ ଅଜୟ ଦେବଗନ୍। ତେବେ କ୍ରିକେଟରଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ କ୍ରିକେଟ୍ ଟିମ୍ର ପ୍ରଥମ ଦଳିତ ଖେଳାଳି ଭୂମିକାରେ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ।

ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ରର କାହାଣୀ ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହା ଲେଖିଛନ୍ତି। ଗୁହା ନିଜେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏ କର୍ଣ୍ଣର ଅଫ ଏ ଫରେନ ଫିଲ୍ମଡ ନାମକ ବହିରୁ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରକୁ ତିଗ୍ମାଂଶୁ ଧୁଲିଆ ଏକ ଭିନ୍ନ ଢଙ୍ଗରେ ଏହାକୁ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ପ୍ରଥମ ଦଳିତ କ୍ରିକେଟର ବାଲୁ ପାଲଭଙ୍କର ଏବଂ ତାଙ୍କ ଭାଇମାନଙ୍କ କାହାଣୀ ଏହି ଚଳଚ୍ଚିତ୍ରରେ ବହୁତ ସୁନ୍ଦର ଭାବରେ ଉପସ୍ଥାପିତ ହେବ । ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଅଭିନେତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ହେଉଥିବା ଏହି ପୋଷ୍ଟରକୁ ଫିଲ୍ମ ପ୍ରଡ୍ୟୁସର ପ୍ରୀତି ସିହ୍ନା ରିପୋଷ୍ଟ କରି ଅଜୟ ଦେବଗନଙ୍କ ଫିଲ୍ମର ଖୁଲସା କରିଛନ୍ତି ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.