Type Here to Get Search Results !

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

 



କେନ୍ଦୁଝର:-

 ପରଲୋକରେ ପଦ୍ମଶ୍ରୀ ମାଗୁଣି କୁଅଁର । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ମାଗୁଣି କୁଅଁରଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।


କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇ ଆସୁଥିଲେ। ଯେଉଁଥି ପାଇଁ ସେ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରୁଥିଲେ। କିଛି ଦିନ ତଳେ ରାତିରେ ହଠାତ ତାଙ୍କ ଦେହ ହାତ ବିନ୍ଧାହେବା ସହ ସେ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମାଗୁଣି କୁଅଁର । ଏହାପରେ ତାଙ୍କୁ ଘରକୁ ନେଇଆସିଥିଲେ ତାଙ୍କ ପରିବାର ଲୋକ । ଶେଷରେ ଆଜି ସେ ନିଜର ବାସଭବନରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।


ସୂଚନାଯୋଗ୍ୟ ଯେ, କଣ୍ଢେଇ ନୃତ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ମାଗୁଣି ଚରଣ କୁଅଁର । ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚିତ କରାଇ ପାରିଛନ୍ତି ସେ । ଯେଉଁଥିପାଇଁ ଗତବର୍ଷ ଭାରତ ସରକାର ତାଙ୍କୁ ଦେଶର ସମ୍ମାନୀୟ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନୀତ କରିଥିଲେ । କାଠ କଣ୍ଢେଇ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟ୍ୟ ଏକାଡେମୀ ଭଳି ପୁରସ୍କାର ମଧ୍ୟ ପାଇଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.