Type Here to Get Search Results !

ବୋମା ଆତଙ୍କ, ମୁମ୍ବାଇରେ ହେଲା ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ

 


ନୂଆାଦିଲ୍ଲୀ :-

ପୁଣି ଇଣ୍ଡିଗୋ ବିମାନରେ ବୋମା ଆତଙ୍କ ଆଜି ସକାଳେ ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବାର ଧମକ ମିଳିଛି ଏହି ଖବର ପରେ ବିମାନଟିକୁ ମୁମ୍ବାଇ ବିମାନ ବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ସମସ୍ତେ ସୁରକ୍ଷିତ ଅଛନ୍ତି। ବିମାନରେ ୧୭୨ ଜଣ ଯାତ୍ରୀ କ୍ର୍ୟୁ ସଦସ୍ୟ ଥିବା ଜଣାପଡିଛି।

ତେବେ ସମସ୍ତ ଯତ୍ରୀଙ୍କୁ ସୁରକ୍ଷିତ ରେସ୍କ୍ୟୁ କରାଯାଇଥିବା ବେଳେ ବର୍ତ୍ତମାନ ଘଟଣାର ଯାଞ୍ଚ ଚାଲିଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ତେବେ ବିମାନ ଭିତରେ ମଝି ଆକାଶରେ ଜଣେ କ୍ରୁ ସଦସ୍ୟଙ୍କୁ ଏକ ନୋଟ୍ ମିଳିଥିଲା। ଯେଉଁଥିରେ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିଥିଲା। ଚିଠିରେ ଇଂରାଜୀରେ ଡୁ ନଟ୍ ଲ୍ୟାଣ୍ଡ ବମ୍ବେ, ୟୁ ଲ୍ୟାଣ୍ଡ ବମ୍ ବ୍ଲାଷ୍ଟ ଲେଖାଥିଲା। ଏହାପରେ ବିମାନକୁ ମୁମ୍ବାଇରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଇ ପ୍ରୋଟୋକଲ ଅନୁସାରେ ଯାଞ୍ଚ କରାଯାଉଛି। ସେହିପରି ଗତ ୨୮ ତାରିଖ ଦିନ ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା


Post a Comment

0 Comments
* Please Don't Spam Here. All the Comments are Reviewed by Admin.