ଚମ୍ପୁଆ :-
ଚମ୍ପୁଆ ବିଧାନ ସଭା ଆସନ ପାଇଁ ନିର୍ବାଚନ ଫଳ ପ୍ରକାଶ ପାଇଛି। ନିର୍ବାଚନ ମତଦାନ ଫଳ ଅନୁସାରେ ଚମ୍ପୁଆ ବିଧାୟକ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ୧୫ ଜଣ ପ୍ରତିଦ୍ବନ୍ଦୀ ଙ୍କ ମଧ୍ୟରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ୧୦୩୧୨୦ ଟି ଭୋଟ ପାଇ ବିଜୟୀ ହୋଇଥିବା ଜଣା ପଡ଼ିଛି। ବିଜେପି ପ୍ରାର୍ଥୀ ମୁରଲୀ ଶର୍ମା ୬୩୧୨୬ ଟି ଭୋଟ , କଂଗ୍ରେସ ପ୍ରାର୍ଥୀ ଯଶୋବନ୍ତ ଲାଗୁରୀ ୮୬୪୯, ବିଏସପି ପ୍ରାର୍ଥୀ ଜୟୀ ମୁଣ୍ଡା ୧୩୦୩ ଟି ଭୋଟ, ଏପିଆଇ ପ୍ରାର୍ଥୀ ଅଙ୍କଜ କୁମାର ଜଇସୱାଲ ୫୪୨ ଟି ଭୋଟ, ଏମଏଲଡି ପ୍ରାର୍ଥୀ ରଘୁନାଥ ନାଏକ ୩୮୮ ଟି ଭୋଟ , ଆଜସୁ ପ୍ରାର୍ଥୀ ସଞ୍ଜୟ କୁମାର ମହାନ୍ତ ୩୩୯ ଟି ଭୋଟ, କେଏନଏଫ ପ୍ରାର୍ଥୀ ଖିତିଶ ଚନ୍ଦ୍ର ମହାନ୍ତ ୨୩୮ ଟି ଭୋଟ, ଆଇସିପି ପ୍ରାର୍ଥୀ ବସନ୍ତ କୁମାର ମହାନ୍ତ ୧୬୬ ଟି ଭୋଟ, ସ୍ଵାଧୀନ ପ୍ରାର୍ଥୀ କ୍ଷୀରୋଦ କୁମାର ଗିରି ୭୪୦ ଟି ଭୋଟ, ସନ୍ତୋଷ କୁମାର ମହାପାତ୍ର ୬୭୮ ଟି ଭୋଟ, ବାସମତି ମୁଣ୍ଡା ୬୦୮ ଟି ଭୋଟ, ବେଣୁଧର ମହାନ୍ତ ୫୪୭ ଟି ଭୋଟ , ଗୁରୁବକ୍ସ ସିଂ ଆଲୁବାଲିଆ ୪୯୩ ଟି ଭୋଟ, ଯାକ୍ରିଆସ କିସପଟ୍ଟା ୩୮୮ ଟି ଭୋଟ ପାଇଥିବା ବେଳେ ନୋଟା ରେ ୧୩୪୩ ଟି ଭୋଟ ପଡି ନୋଟା ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ତେବେ ନୋଟା ରେ ପୂର୍ବରୁ ଏତେ ସଂଖ୍ୟା ରେ ଭୋଟ ପଡୁ ନ ଥିବା ବେଳେ ନୋଟା ଭୋଟ ଚତୁର୍ଥ ସ୍ଥାନ ଅଧିକାର କରିବା ଦେଖି ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ଭୋଟର ମାନେ ଏବେ ସଚେତନ ହେଲେଣି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ବ୍ୟକ୍ତ କରିଛନ୍ତି। ଚମ୍ପୁଆ ନିର୍ବାଚନ ମଣ୍ଡଳୀ ରେ ସର୍ବମୋଟ୍ ୨୩୦୫୩୨ ଜଣ ଭୋଟର ଥିବାବେଳେ ୧୮୨୬୬୮ ଜଣ ଭୋଟର ମତ ଦାନ ରେ ଅଂଶ ଗ୍ରହଣ କରିଥିଲେ।