Type Here to Get Search Results !

ବିଜେପି ବିଜୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସ ଙ୍କ ସାରଳା ଦର୍ଶନ


ଝଙ୍କଡ଼ :-

ଜଗତସିଂହପୁର ବିଧାନ ସଭା ଆସନରୁ ଭାରତୀୟ ଜନତା ଦଳ ତରଫରୁ, ବିଧାୟକ ପ୍ରାର୍ଥୀ ଭାବେ ଯୁବନେତା ଅମରେନ୍ଦ୍ର ଦାସ , ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ, ପୁର୍ବତନ ବିଧାୟକ ତଥା ବିଜେଡିର ହେବିୱେଟ ନେତା ପ୍ରଶାନ୍ତ ମୁଦୁଲି ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ପରାସ୍ତ କରି, ବିଜୟ ଲାଭ କରିବା ପରେ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ଏଠାରେ ପହଞ୍ଚିବା ପରେ, ଶହ ଶହ ସଂଖ୍ୟାରେ ଦଳୀୟ ପଦାଧିକାରୀ, କର୍ମୀ ଓ ଶୁଭେଚ୍ଛୁମାନେ ତାଙ୍କୁ ସ୍ବାଗତ କରି ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ। ମାଆଙ୍କ ଦର୍ଶନ ପୂଜାର୍ଚ୍ଚନା ଓ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ, ସେ ନିଜର ପ୍ରତିକ୍ରିୟାରେ କହିଲେ ଯେ, ଛାତ୍ର ରାଜନୀତି ରୁ ଆରମ୍ଭ କରି ଅଜିପର୍ଯ୍ୟନ୍ତ୍ ସେ ସାଧାରଣ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଅଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ର ସମସ୍ତ ଅଧିବାସୀ ଙ୍କ ଆଶୀର୍ବାଦ ଓ ମାନ୍ୟବର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଲୋକପ୍ରିୟତା ରେ, ତାଙ୍କର ଏହି ବିଜୟ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ଭାଇ ଭଉଣୀ ମାନଙ୍କ ବିଜୟ। ଏହି ଅବସରରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ପୀଠ ର ନବୀକରଣ କାର୍ଯ୍ୟ କୁ ପୂର୍ଣ୍ଣାଙ୍ଗ କରିବା ପାଇଁ ସେ ଆଶୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ, ସାରଳାମନ୍ଦିରର ସେବାୟତ ଓ ସ୍ଥାନୀୟ ଅଧିବାସୀ ମାନେ ତାଙ୍କୁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା

ଜଗତସିଂହପୁର ତିର୍ତୋଲ ରୁ କୈଳାସ ବେହେରା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.