Type Here to Get Search Results !

ବଧୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

 



ଗୋପାଳପୁର:-

ଗୋପାଳପୁର ଥାନା ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ୱାମୀ ବି. ଦଣ୍ଡପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଠାରୁ ପୁଲିସ ହତ୍ୟାରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି।

ସୂଚନା ଅନୁସାରେ, ଜରଡ଼ା ଥାନା ଅନ୍ତର୍ଗତ ବି.

ନୁଆଗାଁର ଏମ. ଜାଗାମ୍ମାଙ୍କ ଝିଅ ବି. ପୁଷ୍ପା( ୨୨) ରଙ୍ଗେଈଲୁଣ୍ଡା ଗ୍ରାମର ବି. ଦଣ୍ଡପାଣିଙ୍କୁ ୨୦୨୧ ମସିହାରେ ବିବାହ କରିଥିଲେ।

କୌଣସି କାରଣକୁ ନେଇ ଶୁକ୍ରବାର ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମାରପିଟ ହୋଇଥିବା ବେଳେ ପୁଷ୍ପାଙ୍କ ପରିବାରକୁ ଡକାଇ ସମାଧାନ କରାଯାଇଥିଲା। ଶନିବାର ସକାଳେ ପୁଷ୍ପା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ନେଇ ପୁଷ୍ପାଙ୍କ ପରିବାରକୁ କୁହାଯିବା ସହ ତରବରିଆ ଭାବେ ଗାଁ ଶ୍ମଶାନରେ ମୃତଦେହକୁ ପୋଡି ଦିଆଯାଇଥିଲା। ଏହି ଘଟଣା ନେଇ ଶୁକ୍ରବାର ଝିଅର ମା' ଜାଗାମ୍ମା ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ସହ ମସାଣିରୁ ନମୁନା ସଂଗ୍ରହ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ସତ୍ୟାସତ୍ୟ ଜାଣିବା ପରେ ଏକ ହତ୍ୟା ମାମଲା(୧୮୩/୨୪) ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥବା ଥାନା ଅଧିକାରୀ ଶରତ କୁମାର ମାହାଲିକ ସୂଚନା ଦେଇଛନ୍ତି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.