ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ପାଟନା 'ଅର୍ଥନୈତିକ ଅପରାଧ ୟୁନିଟ୍' (ଇଓୟୁ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୯ ଜଣ ପରୀକ୍ଷାର୍ଥୀଙ୍କୁ ପଠାଇଛି । ପେପର ଲିକ୍ ମାମଲାର ତଦନ୍ତ କରୁଥିବା ଇଓୟୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହ ପଚରାଉଚରା ପାଇଁ କାର୍ଯ୍ୟାଳୟକୁ ଡକାଇଛି। ନୋଟିସ୍ ପଠାଯାଇଥିବା ପରୀକ୍ଷାର୍ଥୀମାନେ ମେ' ୫ତାରିଖରେ ଅନୁଷ୍ଠିତ ନିଟ୍ ପରୀକ୍ଷା ଦେଇଥିଲେ।
