Type Here to Get Search Results !

ଦୁଇ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 



ମ୍ବଲପୁର:-

ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଆଜି ସକାଳ ୯ ଟା ୧୫ରେ ମାନେଶ୍ଵର ଶିବ ମନ୍ଦିର ପହଂଚି ଦର୍ଶନ କରିବେ l ୯ଟା ୪୫ରେ ଜିଲ୍ଲା ସ୍କୁଲ ନିକଟ ହନୁମାନ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ୧୦ଟା ୧୦ରେ ଝାରୁଆପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର, ୧୦ଟା ୪୫ରେ ମଣ୍ଡଲିଆ ସ୍ଥିତ ଅନୋଖା ଶ୍ରୀ ଶ୍ୟାମ ମନ୍ଦିର ଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ l

ଏହାପରେ ଅପରାହ୍ନ ୩ଟା ୩୦ରେ ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ବାହାରି ଝାରସୁଗୁଡା ବିମାନ ବନ୍ଦରରୁ ୫ଟା ୪୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଗତକାଲି ଦିଲ୍ଲୀରୁ ପ୍ରଥମେ ଝାରସୁଗୁଡା ବିମାନ ବନ୍ଦର ପହଂଚି ସେଠାରୁ ସମ୍ବଲପୁରକୁ ପହଂଚିଥିଲେ ଶ୍ରୀ ପ୍ରଧାନ l ସନ୍ଧ୍ୟା ୭ଟା ୩୦ମିନିଟରେ ମା’ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ l ସମ୍ବଲପୁରର ଲୋକସଭା କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ ମୋଦୀ ସରକାରର ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ନେବା ପରେ ଧର୍ମେନ୍ଦ୍ରଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ l

ତାଙ୍କ ଗସ୍ତକୁ ନେଇ କର୍ମୀ ଓ ସମ୍ବଲପୁରବାସୀଙ୍କ ମନରେ ଅନେକ ଉତ୍ସାହ ଥିବାବେଳେ ସମ୍ବଲପୁରକୁ ଏକ ଅଗ୍ରଣୀ ଅଂଚଳ କରିବା ପାଇଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବା ସହ ଏକ ଜ୍ଞାନ ଅର୍ଥନୀତିର ପେଣ୍ଠ ସ୍ଥଳୀ କରିବା ପାଇଁ ସମସ୍ତ ଉଦ୍ୟମ କରିବା ବୋଲି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ l

Post a Comment

0 Comments
* Please Don't Spam Here. All the Comments are Reviewed by Admin.