Type Here to Get Search Results !

ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର

 





ଭୁବନେଶ୍ୱର :-

ଆଜି ଶେଷ ରଜ ଉତ୍ସବ। ଆଜି ଭୂମି ଦହନ, ସୋମବାର ବସୁମତୀ ସ୍ନାନ ହେବେ। ଶେଷ ରଜକୁ ଧୁମଧାମରେ ପାଳନ କରୁଛନ୍ତି କୁଆଁରୀ। ସେଥିପାଇଁ ରଜରେ ପିଠା, ମିଠା, ପାନର ବାସ୍ନାରେ ଗାଁଠୁ ସହର ମହକି ଉଠୁଛି। ରାଜ୍ୟର ଅନେକ ସ୍ଥାନ ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ପିଠା , ମିଠା , ପାନ ଓ ଦୋଳିର ଆସର ସାଙ୍ଗକୁ ପାରମ୍ପରିକ ନାଚଗୀତର ପ୍ରତିଯୋଗୀତା, ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରଜ ମାହୋଲ।

ଭୂମି ଦହନରେ ମାଟିରେ ଗାରଟିଏ ପକାଇବା ବି ନିଷେଧ । ବସୁମତୀ ଗାଧୁଆ ଦିନ ଭୋରରୁ ସ୍ତ୍ରୀଲୋକମାନେ ପିଢ଼ା ଉପରେ ଶିଳପୁଆ ଓ ଲଙ୍ଗଳର ଫାଳକୁ ଥୋଇ ରଜସ୍ୱଳା ପୃଥିବୀକୁ ହଳଦୀ ପାଣିରେ ଗାଧୋଇଦେଇ ସିନ୍ଦୂର, କଜଳ ଲାଗାଇଦେଇ ମାଟିମା'ର ପୂଜା କରିଥାନ୍ତି । ପ୍ରତ୍ୟେକଟି ଘରେ ବସୁମତୀ ଗାଧୁଆ କରାଯାଇଥିବାରୁ ଆମେ ମାଟିମା’ର ପୂଜା କରୁଛୁ ବୋଲି ଭାବି ନେଇଥାଉ । ରଜସଂକ୍ରାନ୍ତି ମିଥୁନ ମାସରେ ପଡ଼ିଥିବାରୁ ଏହାକୁ ମଧ୍ୟ ମିଥୁନ ସଂକ୍ରାନ୍ତି କୁହାଯାଏ । ମାଟିମା'କୁ କାଳେ କଷ୍ଟ ହେବ, ଏଣୁ ମାଟିରେ ଚାଲିଲାବେଳେ ଝିଅପିଲାମାନେ କଦଳୀପଟୁଆ ବା ଗୁଆପଟୁଆରେ ଜୋତା କରି ଖୋଳ ମଡ଼ାଇ ଯିବାଆସିବା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଏକ ଲୋକଗୀତ ବେଶ ପ୍ରଣିଧାନଯୋଗ୍ୟ ‘ରାଶିରୁ ଛାଡ଼ିଲା ଚୋପା, ପାଦରେ ନାଇଚୁ ଗୁଆ ଖୋଳପା, ଗୁଆ ଖୋଳାପ ଲୋ/ ମୁଣ୍ଡରେ ସିନ୍ଦୂର ଟୋପା...’

Post a Comment

0 Comments
* Please Don't Spam Here. All the Comments are Reviewed by Admin.